ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୩୮ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ୨୨୫ ରନର ପିଛା କରିଥିବା ହାଇଦ୍ରାବାଦ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୬ ରନ କରିପାରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ୭୪ରନ କରିଥିବାବେଳେ ଟ୍ରାଭିସ ହେଡ୍ ୨୦ ରନ ଓ ହେନେରିକ କ୍ଲାସେନ ୨୩ ରନ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧକ୍ରିଷ୍ଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଗୁଜରାଟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୪ ରନ କରିଥିଲା । ଦଳ ପକ୍ଷରୁ ଦୁଇ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲ୍ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ସୁଦର୍ଶନ ୪୮ ରନ କରିଥିବାବେଳେ ଗିଲ୍ ୭୬ ରନ କରିଥିଲେ । ସେହିପରି ଜସ୍ ବଟଲର ୬୪ ରନ କରିଥିଲେ । ଓ୍ବାସିଂଟନ ସୁନ୍ଦର ୨୧ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଜୟଦେବ ଉନାଡକଟ୍ ୩ଟି ଓ୍ବିକେଟ୍ ନେଇଥିବାବେଳେ ଜିସାନ ଅନସାରି ଓ ପାଟ୍ କମିନ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।