ଆଇପିଏଲ : ସାଇ ସୁଦର୍ଶନଙ୍କ ଶତକ, ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇଲା ଗୁଜରାଟ

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇ ଦେଇ ପ୍ଲେଅପରେ ନିଜ ସ୍ଥାନ ସୁରକ୍ଷିତ କରିଛି । ୨୦୦ ରନର ଲକ୍ଷ୍ୟକୁ ଗୁଜରାଟ ୧୯ତମ ଓଭରରେ ହାସଲ କରିନେଇଥିଲା ।

sai

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇ ଦେଇ ପ୍ଲେଅପରେ ନିଜ ସ୍ଥାନ ସୁରକ୍ଷିତ କରିଛି । ୨୦୦ ରନର ଲକ୍ଷ୍ୟକୁ ଗୁଜରାଟ ୧୯ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ସାଇ ସୁଦର୍ଶନ ୧୦୮ ରନ ଓ ଶୁଭମନ ଗିଲ୍ ୯୩ ରନ କରିଥିଲେ । 

ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ସତର୍କତାର ସହ ଖେଳିଥିଲା । ଦୁଇ ଓପନର କେଏଲ ରାହୁଲ ଓ ଫାଫ ଡୁପ୍ଲେସିସ୍ ଭଲ ଆରମ୍ଭ କରିଥିଲେ ବି ଡୁପ୍ଲେସିସ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ଏହା ସତ୍ତ୍ବେ ରାହୁଲ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସେ ୬୦ ବଲରେ ନିଜର ଶତକ ପୂରଣ କରିଥିଲେ । ଅଭଷେକ ପୋରେଲ ୩୦ ରନ ଓ ଅଧିନାୟକ ଅକ୍ଷର ପଟେଲ ୨୫ ରନ କରିଥିଲେ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୯୯ ରନ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe