କାନପୁର: ଭାରତୀୟ ସ୍ପିନର କୁଲଦୀପ ଯାଦବ ଗତ ୧୫ ତାରିଖରେ ଟିକା ନେଉଥିବାର ଏକ ଫଟୋ ଟ୍ବିଟର୍ ପୃଷ୍ଠାରେ ପକାଇଥିଲେ। ଏଥିରେ ସେ ଟିକା ନେବା ଲାଗି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ହେଲେ ତାଙ୍କର ଏହି ଫଟୋକୁ ନେଇ ବିବାଦ ଉପୁଜିଥିଲା। ଏହି ଚାଇନାମ୍ୟାନ୍ ସ୍ପିନର ଡାକ୍ତରଖାନାରେ ଧାଡ଼ିରେ ଠିଆ ନହୋଇ ଗେଷ୍ଟ୍ ହାଉସ୍ରେ ଟିକା ନେଇଥିବା କିଛି ଲୋକ ଅଭିଯୋଗ କରିଥିଲେ। ଭିଆଇପିର ସୁବିଧା ଦିଆଯାଇ ସ୍ବତନ୍ତ୍ର ଭାବେ ଗେଷ୍ଟ୍ ହାଉସ୍ରେ ତାଙ୍କ ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ଆସିଥିଲା।
ଏହି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ ନିର୍ଦେଶ ଦେଇଥିଲା। ତଦନ୍ତ ପରେ କାନପୁର ଜିଲ୍ଲାପାଳ ହିମାଂଶୁ ଗୁପ୍ତା କୁଲଦୀପଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ସେ କୌଣସି ଗେଷ୍ଟ୍ ହାଉସ ନୁହେଁ ଗୋବିନ୍ଦ ନଗରର ଜଗେଶ୍ବର ଡାକ୍ତରଖାନାରେ ହିଁ ଟିକା ନେଇଛନ୍ତି। ଡାକ୍ତରଖାନାରେ ଟିକାକରଣ କେନ୍ଦ୍ର ରେଜିଷ୍ଟରରେ କୁଲଦୀପଙ୍କ ନାଁ ୧୩୬ ନମ୍ବରରେ ରହିଛି ବୋଲି ଜିଲ୍ଲାପାଳ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏହି ଫଟୋ ଟିକାକରଣ କେନ୍ଦ୍ରର ବୋଲି ସେ ସ୍ପଷ୍ଟ କରିବା ସହ ସାମାଜିକ ଗଣମାଧ୍ୟମରେ ଏପରି ମଜାକ ହୋଇଥାଏ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/54j6dg4jdg4j564d98gj89dg7j6456gjdgjdgjgdjdgdgjgjdgj.jpg)