ନ୍ୟୁଜିଲାଣ୍ଡ ଦିନିକିଆ ଦଳକୁ ଫେରିଲେ ଗପ୍ଟିଲ୍‌

ଓ୍ଵଲିଂଟନ୍‌: ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ସୋମବାର ନ୍ୟୁଜିଲାଣ୍ଡ୍‌ ଦଳ ଘୋଷିତ ହୋଇଛି। ଆଘାତ ଜନିତ ସମସ୍ୟା ଯୋଗୁଁ ବାଦ୍‌ ପୂର୍ବରୁ ଦଳରୁ ଦୂରେଇ ରହିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାର୍ଟିନ୍‌ ଗପ୍ଟିଲ ଏହି ୧୩ ଜଣିଆ ଦଳକୁ ଫେରିଛନ୍ତି। ଜର୍ଜ ଓ୍ଵାର୍କରଙ୍କ ସ୍ଥାନରେ ତାଙ୍କୁ ଦଳରେ ସ୍ଥାନ ମିଳିଛି ବୋଲି ଜାତୀୟ ଚୟନକର୍ତା ଗଭିନ୍‌ ଲାର୍ସନ କହିଛନ୍ତି। ପାକିସ୍ତାନ ବିପକ୍ଷ ଶୃଙ୍ଖଳା ଜାନୁଆରି ୬ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବ। ଏଥିରେ ୫ ଦିିନିକିଆ ଏବଂ ୩ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଦୁଇ ଦିନିକିଆ ପାଇଁ ଦଳ ଚୟନ ହୋଇଥିଲା ବେଳେ ପରବର୍ତୀ ମ୍ୟାଚ୍‌ ଲାଗି ପରେ ଦଳ ବଛାଯିବ ବୋଲି ଲାର୍ସନ କହିଛନ୍ତି। ଦଳ: କେନ୍‌ ଓ୍ଵିଲିୟମ୍‌ସନ୍‌  (ଅଧିନାୟକ), ଟଡ୍‌ ଆଷ୍ଟଲ, ଡଗ ବ୍ରେସ୍‌େଓ୍ଵଲ୍‌, ଟ୍ରେଣ୍ଟ୍‌ ବୋଲ୍ଟ, ଲୁକ୍‌ ଫର୍ଗୁସନ୍‌, ମାର୍ଟିନ୍‌ ଗପ୍ଟିଲ, ମ୍ୟାଟ୍‌ ହେନରି, ଟମ୍‌ ଲାଥମ, କଲିନ୍‌ ମୁନ୍ରୋ, ହେନରି ନିକୋଲ୍ସ, ମିଚେଲ ସାଣ୍ଟ୍‌ନର, ଟିମ୍‌ ସାଉଦି, ରସ୍‌ ଟେଲର।

ସମ୍ବନ୍ଧିତ ଖବର