କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ ।
ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୧୭୯ରନ କରିଥିଲା । ଦଳ ପକ୍ଷରୁ ରେହମାନୁଲ୍ଲା ଗୁରବାଜ ସର୍ବାଧିକ ୮୧ରନ କରିଥିଲେ । ସେହିପରି ଆନ୍ଦ୍ରେ ରସେଲ ୩୪ରନ ଓ ରିଙ୍କୁ ସିଂ ୧୯ ରନ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସମ୍ମି ୩ଟି ଓ୍ବିକେଟ ନେଇଥିବାବେଳେ ଜୋସୁଆ ଲିଟଲ ଓ ନୁର ଅହମ୍ମଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଗୁଜରାଟ ଆଗରେ ୧୮୦ରନର ଟାର୍ଗେଟ୍ ରହିଥିବାବେଳେ ଦଳ ୧୭.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ବିଜୟ ଶଙ୍କର ୫୧ରନ ଓ ଶୁଭମନ ଗିଲ୍ ୪୯ ରନ କରିଥିଲେ । ସେହିପରି ଡେଭିଡ୍ ମିଲର୍ ୩୨ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୬ରନ କରିଥିଲେ ।
ଏହି ବିଜୟ ସହ ପଏଣ୍ଟ ଗୁଜରାଟ ୮ଟି ମ୍ୟାଚରୁ ୬ଟିରେ ବିଜୟ ସହ ୧୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କୋଲକାତା ୯ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହାସଲ କରିଛି ।