ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନରେ ହରାଇ ଦେଇଛି ଗୁଜରାଟ ଟାଇଟନ୍ସ । ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୯୭ ରନର ଲକ୍ଷ୍ୟ ଥିଲେ ବି ଦଳ  ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୦ ରନ କରିପାରିଥିଲା । ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୮ ରନ ଓ ତିଳକ ବର୍ମା ୩୯ ରନ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ ବର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Advertisment

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟାନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୯୬ ରନ କରିଥିଲା । ଦଳ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ ୬୩ ରନ କରିଥିବାବେଳେ ଶୁଭମନ ଗିଲ୍ ୩୮ ରନ ଓ ଜସ୍ ବଟଲର ୩୯ ରନ କରିଥିଲେ । ଦଳର ପ୍ରଥମ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ଭଲ ପ୍ରଦର୍ଶନ ବଳରେ ଗୁଜରାଟ ଏକ ବଡ଼ ସ୍କୋର ଆଡକୁ ଅଗ୍ରସର ହେଉଥିଲା । କିନ୍ତୁ ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଦଳ ୨୦୦ ଟପିପାରିନଥିଲା ଓ ୧୯୬ ରନରେ ହିଁ ସୀମିତ ରହିଯାଇଥିଲା ।