ନୂଆଦିଲ୍ଲୀ: ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୮ତମ ମ୍ୟାଚରେ ପଞ୍ଜାବକୁ ୬ ୱିକେଟରେ ପରାସ୍ତ କରିଛି ଗୁଜରାଟ।

Advertisment

ଦ୍ବିତୀୟ ପାଳିରେ ଗୁଜରାଟ ୧୫୪ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯.୫ ଓଭରରେ ୪ୱିକେଟ ହରାଇ ୧୫୪ ରନ୍‌ କରି ବିଜୟୀ ହୋଇଛି । ଶୁବମନ ଗିଲ ୬୭ ରନ୍‌ , ରିଦ୍ଧିମାନ ସାହା ୩୦ ରନ୍‌ କରିଥିବା ବେଳେ ଡେଭିଡ ମିଲର ୧୭ ରନ୍‌ କରି ଗୁଜୁରାଟକୁ ବିଜୟ ଦେଇଥିଲେ ।

ଇଣ୍ଡିଆନ ପ୍ରିମିୟର ଲିଗ-୨୦୨୩ ସିଜନରେ ଗୁଜୁରାଟ ଟାଇଟନ୍ସ ନିଜର ପ୍ରାରମ୍ଭିକ ୪ଟି ମ୍ୟାଚ ମଧ୍ୟରୁ ତିନିଟି ମ୍ୟାଚ ଜିତି ସାରିଛି। ଚତୁର୍ଥ ମ୍ୟାଚ ଏପ୍ରିଲ ୧୪ ତାରିଖରେ ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳାଯିବାର ସୂଚନା ରହିଛି।

ଏହି ମ୍ୟାଚ ସମୟରେ ଗୁଜୁରାଟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼ ଭୁଲ କରି ବସିଥିଲେ। ଯେଉଁ କାରଣରୁ ତାଙ୍କ ଉପ‌ରେ ମୋଟା ଅଙ୍କର ଜାରିମାନା ରାଶି ଲାଗୁ ହୋଇଛି। ଘଟଣାଟି ହେଉଛି, ଗୁଜୁରାଟ ଟିମ ଏହି ମ୍ୟାଚରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୨୦ ଓଭର ଅତିକ୍ରମ କରି ପାରିଲା ନାହିଁ। ଏମିତିରେ ଏହା ଉପରେ ଧିମା ଓଭର ରେଟ୍ ଜରିଆରେ ଜରିମାନା ଲାଗୁ ହୋଇଛି।

କୁହାଯାଉଛି କି, ଆଇପିଏଲ ସିଜନ-୨୦୨୩ରେ ଗୁଜୁରାଟ ଦଳ ପ୍ରଥମ ଥର ଧିମା ଓଭର ରେଟର ଭୁଲ କରିଛି। ଏଥିପାଇଁ ଏହି ଦଳର ଅଧିନାୟକ ଥିବା ପାଣ୍ଡ୍ୟାଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜରିମାନା ଲାଗୁ ହୋଇଛି। ପାଣ୍ଡ୍ୟାଙ୍କୁ ଯଥାଶୀଘ୍ର ଏହି ଜରିମାନା ରାଶି ପୈଠ କରିବାକୁ ହେବ। ଯଦି ଦଳ ଦ୍ବିତୀୟ ଥର ଏମିତି ଭୁଲ କରେ ତେବେ ଦଳରେ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ଏହି ଜରିମାନା ରାଶି ପୈଠ କରିବାକୁ ହେବ।

ଏହାପୂର୍ବରୁ ଧିମା ଓଭର ରେଟ୍‌ ପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି। ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିବ ଖବର ମିଳିଥିଲା।