ଆଇପିଏଲ : ବାଙ୍ଗାଲୋରକୁ ୬ ଓ୍ବିକେଟରେ ହରାଇଲା ଗୁଜୁରାଟ୍, ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବୃଥା

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୪୩ ତମ ମ୍ୟାଚରେ ବାଙ୍ଗାଲୋରକୁ ୬ ଓ୍ବିକେଟରେ ପରାସ୍ତ କରିଛି ଗୁଜୁରାଟ । ବାଙ୍ଗାଲୋର ଦ୍ବାରା ରଖାଯାଇଥିବା ୧୭୧ ରନର ଲକ୍ଷ୍ୟକୁ ଗୁଜୁରାଟ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ରାହୁଲ ତେଓ୍ବାତିଆ ୪୩ ରନ , ଡେଭିଡ ମିଲର ୩୯ ରନ, ଶୁଭମନ ଗିଲ ୩୧ ଓ ଋଦ୍ଧିମାନ ଶାହା ୨୯ ରନ କରିଥିଲେ ।

ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୦ ରନ କରିଥିଲା । ଦଳ ଆରମ୍ଭରୁ ଅଧିନାୟକ ଫାଫ ଡୁପ୍ଲେସିସଙ୍କୁ ହରାଇଥିଲେ ବି ବିରାଟ କୋହଲି ଓ ରଜତ ପଟିଦାରଙ୍କ ଲଢୁଆ ବ୍ୟାଟିଂ ଫଳରେ ଦଳ ଏକ ଭଲ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା । କୋହଲି ୫୮ ରନ କରିବା ସହ ଫର୍ମକୁ ଫେରିବାର ସଂକେତ ଦେଇଥିଲେ । ପଟିଦାର ୫୨ ରନ କରିଥିଲେ । ସେହିପରି ଗ୍ଲେନ ମାକ୍ସଓ୍ବେଲ ୩୩ ରନ କରିଥିଲେ । ମାତ୍ର ମାକ୍ସଓ୍ବେଲ ଆଉଟ ହେବା ପରେ ଦଳର ସ୍କୋର ପୁଣି ଧିମେଇ ଯାଇଥିଲା । ଗୁଜୁରାଟ ପକ୍ଷରୁ ପ୍ରଦୀପ ସାଙ୍ଗଓ୍ବାନ ୨ଟି, ମହମ୍ମଦ ସମ୍ମୀ, ରସିଦ ଖାଁ ଓ ଲକି ଫର୍ଗୁସନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର