ହାଇଦ୍ରାବାଦ : ହାଇଦ୍ରାବାଦଠାରେ ରବିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୧୯ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ହରାଇଦେଇଛି ଗୁଜରାଟ । ୧୫୩ ରନର ଲକ୍ଷ୍ୟକୁ ଗୁଜରାଟ ୧୬.୪ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଶୁଭମନ ଗିଲ ୬୧ରନ ଓ ଓ୍ବାସିଂଟନ ସୁନ୍ଦର ୪୯ ରନ ଓ ସେରଫେନ ରଦରଫୋର୍ଡ ୩୫ ରନ କରିଥିଲେ ।
ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ଓ ଟ୍ରାଭିସ ହେଡ୍ ଭଲ ଆରମ୍ଭ କରିଥିଲେ ବି ହେଡ୍ ମାତ୍ର ୮ ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ଅଭିଷେକ ଶର୍ମା ମଧ୍ୟ ୧୮ ରନ କରି ଆଉଟ ହୋଇଯାଇଥିଲେ । ସେହିପରି ଇଶାନ କିଷନ ମଧ୍ୟ ୧୭ ରନ କରି ଆଉଟ ହୋଇଥିଲେ । ତେବେ ନୀତୀଶ ରେଡ୍ଡି ଓ ହେନେରିକ କ୍ଲାସେନଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ରେଡ୍ଡି ୩୧ ରନ ଓ କ୍ଲାସେନ ୨୭ ରନ କରିଥିଲେ । ଅନିକେତ ବର୍ମା ୧୮ ରନ କରିଥିବାବେଳେ ପାଟ୍ କମିନ୍ସ ୨୨ ରନ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ୪ଟି ଓ୍ବିକେଟ ନେଇଥିବାବେଳେ ସାଇ କିଶୋର ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/06/QCiWwmuXxfK3RlDovrCb.jpg)