ଅହମ୍ମଦାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ର ପ୍ରଥମ ମ୍ୟାଚରେ ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କରିଛି ଗୁଜରାଟ । ଦ୍ବିତୀୟ ପାଳିରେ ଗୁଜରାଟ ୧୭୯ ରନ୍ର ଲକ୍ଷ୍ୟକୁ ପିଛା କରି ୧୯.୨ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍ କରି ବିଜୟ ହାସଲ କରିଛି । ଗୁଜରାଟ ପକ୍ଷରୁ ଶୁବମନ ଗିଲ ୬୩ ରନ୍ କରିଥିବା ବେଳେ ବିଜୟ ଶଙ୍କର ୨୭ ଓ ରିଦ୍ଧିମାନ ସାହା ୨୫ ରନ୍ କରିଥିଲେ । ଫଳରେ ଗୁଜରାଟ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା । ଚେନ୍ନାଇ ପକ୍ଷରୁ ରାଜଭାରଦାନ ୩ଟି ୱିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ, ରବୀନ୍ଦ୍ର ଜାଦେଜା ୧-୧ ୱିକେଟ ନେଇଥିଲେ ।
ପ୍ରଥମ ପାଳିରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୮ ରନ କରିଥିଲା । ଦଳର ଏହି ସ୍କୋର ପଛରେ ସବୁଠାରୁ ଅଧିକ ଅବଦାନ ଥିଲା ଗାଇକ୍ବାଡଙ୍କ ଲଢୁଆ ଇନିଂସର। ସେ ୫୦ ବଲରେ ଦମ୍ଦାର ୯୨ ରନ୍ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ । ମୋଇନ ଅଲ୍ଲି ୨୩ରନ କରିଥିବାବେଳେ ଶୁଭମ ଦୁବେ ୧୯ ରନ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସାମ୍ମି, ରସିଦ ଖାଁ ଓ ଅଲଜାରି ଜୋସେଫ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।