ଆଇପିଏଲ : ଲକ୍ଷ୍ନୌକୁ ୬୨ ରନ୍‌ରେ ପରାସ୍ତ କଲା ଗୁଜୁରାଟ

ପୁଣେ: ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୫୭ତମ ମ୍ୟାଚରେ ଲକ୍ଷ୍ନୌକୁ ୬୨ ରନ୍‌ରେ ପରାସ୍ତ କରିଛି ଗୁଜୁରାଟ । ଦ୍ବିତୀୟ ପାଳିରେ ଲକ୍ଷ୍ନୌ ୧୪୫ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୩.୫ ଓଭରରେ ସମସ୍ତ ୱିକେଟ ହରାଇ ୮୨ ରନ୍‌ କରି ପରାସ୍ତ ହୋଇଛି । ଲକ୍ଷ୍ନୌ ପକ୍ଷରୁ ଦୀପକ ହୁଡା ସର୍ବାଧିକ ୨୭ ରନ୍‌ କରିଥବା ବେଳେ ଆଭେଶ ଖାନ ୧୨ ରନ୍‌ ଓ କ୍ୱିଣ୍ଟନ୍ ଡି କକ୍ ୧୧ ରନ୍‌ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସ ମ୍ୟାନ୍‌ ୨ ଅଙ୍କ ସଂଖ୍ୟା ଛୁଇଁ ପାରିନଥିଲେ । ଅନ୍ୟପଟେ ଗୁଜୁରାଟ ପକ୍ଷରୁ ଦମ୍‌ଦାର ବୋଲିଂ ଦେଖିବାକୁ ମିଳିଥିଲା । ରସିଦ ଖାନ ୪ଟି ୱିକେଟ ନେଇଥିବା ବେଳେ ୟଶ୍ ଦୟାଲ, ସାଇ କିଶୋର ୨-୨ଟି ୱିକେଟ ଓ ମହମ୍ମଦ ଶାମି ଗୋଟେ ୱିକେଟ ନେଇ ଗୁଜୁରାଟକୁ ନବମ ବିଜୟ ଦେଇଥିଲେ । ଏହି ବିଜୟ ସହ ଗୁଜୁରାଟ ୧୮ ପଏଣ୍ଟ ପାଇ ତାଲିକାର ଶିର୍ଷରେ ରହିଛି । ଚଳିତ ସିଜିନ୍‌ରେ ପ୍ରଥମ ଦଳ ଭାବେ କ୍ବାଲିଫାଏ କରିଛି ।

ଗୁଜୁରାଟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ଋଦ୍ଧିମାନ ଶାହାଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ମାଥ୍ୟୁ ଓ୍ବେଡ(୧୦ ରନ)ଙ୍କ ଓ୍ବିକେଟ ବି ଅଳ୍ପ ରନ ବ୍ୟବଧାନରେ ହରାଇଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୧୧ରନ ) ମଧ୍ୟ ବିଶେଷ ଯୋଗଦାନ ଦେଇପାରିନଥିଲେ । ଗୋଟିଏ ପଟେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିବାବେଳେ ଅନ୍ୟପଟେ ଶୁଭମନ ଗିଲ ଲଢୁଆ ବ୍ୟାଟିଂ କରିଚାଲିଥିଲେ । ସେ ଅପରାଜିତ ୬୩ ରନ କରିଥିଲେ । ସେହିପରି ଡେଭିଡ ମିଲର ୨୬ରନ ଓ ରାହୁଲ ତେଓ୍ବାତିଆ ୨୨ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୪୪ରନ କରିପାରିଥିଲା । ଲକ୍ଷ୍ନୌ ପକ୍ଷରୁ ଅଭେସ ଖାଁ ୨ଟି ଓ୍ବିକେଟ ନେଇଥିବାବେଳେ ଜାସନ ହୋଲଡର ଓ ମହସିନ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର