ଗୁଣନିଧି କପ୍‌: ଫ୍ରେଣ୍ଡସ୍‌ ପାରାଡାଇଜ୍‌-ସବର ସ୍ପୋର୍ଟିଂ ଫାଇନାଲ୍‌ ଆଜି

ଭୁବନେଶ୍ବର: ସ୍ଥାନୀୟ ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ଗୁଣନିଧି କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାର ମଙ୍ଗଳବାର ଫାଇନାଲ୍‌ରେ ଖୋର୍ଧାର ସବର ସ୍ପୋର୍ଟିଂ ଓ ଜଟଣୀର ଫ୍ରେଣ୍ଡସ୍‌ ପାରାଡାଇଜ୍‌ ମୁହାଁମୁହିଁ ହେବେ। ସୋମବାର ଅନୁଷ୍ଠିତ ସେମିଫାଇନାଲ୍‌ରେ ଫ୍ରେଣ୍ଡସ୍‌ ପାରାଡାଇଜ୍‌ ୫-୪ ଟ୍ରାଇବ୍ରେକର ଗୋଲ୍‌ରେ ଭୁବନେଶ୍ବର ୟୁନିଟ୍‌-୬ ଦୌଡ଼କୁଦ ସଂଘକୁ ପରାସ୍ତ କରି ଥିଲା। ନିର୍ଧାରିତ ସମୟରେ ଗୋଲ୍‌ଶୂନ୍ୟ ଭାବେ ଶେଷ ହେବାରୁ ଟ୍ରାଇବ୍ରେକରର ସହଯୋଗ ‌ନିଆଯାଇଥିଲା। ଟ୍ରାଇବ୍ରେକରରେ ଫ୍ରେଣ୍ଡସ୍ ପକ୍ଷରୁ ମଙ୍ଗୁ ବେହେରା, ଗଗନ ସାହୁ, ଟି ଅବିନାଶ, ଅବିନାଶ ରାଓ ଏବଂ ବଣ୍ଟି ବାରିକ ଗୋଲ୍ ଦେଇଥିଲେ। ୟୁନିଟ୍‌-୬ ପକ୍ଷରୁ ଆଶିଷ ପ୍ରଧାନ, ସିନ୍ଧାନ୍ତ ଦାସ, ମିହିର ଭୋଇ ଓ ପ୍ରିତୀଶ ପଟ୍ଟନାୟକ ଗୋଲ୍ ଦେଇଥିଲେ। ଅରବିନ୍ଦ ମହାପାତ୍ର, ଅଶୋକ ଶତପଥୀ, ନରେନ୍ଦ୍ର ସେଠୀ, ଶ୍ୟାମସୁନ୍ଦର ସାହୁ, ଗଣେଶ ପାଲ ଅତିଥି ଭାବେ ଯୋଗ ଦେଇଥିଲେ। ରାମଚନ୍ଦ୍ର ମିଶ୍ର, ପ୍ରଫୁଲ ବେହେରା, ସାଗିର୍ ଅହମ୍ମଦ, ଆଦିତ୍ୟ ନାରାୟଣ ପାଲ ଖେଳ ପରିଚାଳନା କରିଥିଲେ। ରବିବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଖୋର୍ଧାର ଶବର ସ୍ପୋର୍ଟିଂ ୪-୧ ଟ୍ରାଇବ୍ରେକର ଗୋଲ୍‌ରେ ପୁରୀର ନିତା ଫୁଟ୍‌ବଲ୍ ଏକାଡେମିକୁ ହରାଇ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା।

ସମ୍ବନ୍ଧିତ ଖବର