ସିଡ୍ନି: ଯୌନ ନିର୍ଯାତନା ମାମଲାରେ ଅଷ୍ଟ୍ରେଲିଆରେ ଗିରଫ ହୋଇଥିବା ଶ୍ରୀଲଙ୍କା କ୍ରିକେଟର୍ ଦନୁଷ୍କା ଗୁଣତିଳକାଙ୍କୁ ଶେଷରେ ଜାମିନ୍ ମିଳିଛି। ତେବେ ତାଙ୍କୁ ତାଙ୍କର ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ, ଡେଟିଂ ଆପ୍ଲିକେସନ୍ ଇତ୍ୟାଦିକୁ ବ୍ୟବହାର ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିଡ୍ନିସ୍ଥିତ ଡାଓନିଙ୍ଗ୍ ସେଣ୍ଟର କୋର୍ଟରେ ଗୁଣତିଳକା ପାର୍କଲି ଜେଲ୍ରୁ ଭିଡିଓ ଲିଙ୍କ୍ ମାଧ୍ୟମରେ ହାଜର ହୋଇଥିଲେ। ତେବେ ଅଭିଯୁକ୍ତ ଫେରାର୍ ହୋଇଯିବା ସମ୍ଭାବନା ଥିବାବେଳେ ଅଭିଯୋଗକାରୀଙ୍କ ସୁରକ୍ଷା ପ୍ରତି ବିପଦ ରହୁଥିବା ଦର୍ଶାଇ ତାଙ୍କ ଜାମିନ୍ ଆବେଦନକୁ ପ୍ରତିପକ୍ଷ ଓକିଲ ବିରୋଧ କରିଥିଲେ।
ତଥାପି ଉପରୋକ୍ତ ସର୍ତ୍ତ ସହିତ ଦେଢ଼ଲକ୍ଷ ଅଷ୍ଟ୍ରେଲୀୟ ଡଲାର୍ ଜାମିନ୍ ବାବଦକୁ କୋର୍ଟରେ ଦାଖଲ କରିବାକୁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ତାଙ୍କର ପାସ୍ପୋର୍ଟକୁ ଦାଖଲ କରିବା ସହିତ ଦିନକୁ ଦୁଇଥର ସକାଳ ୯ରୁ ୬ଟା ଭିତରେ ପୁଲିସ୍ ନିକଟରେ ହାଜର ହେବାକୁ ଏବଂ ଅଭିଯୁକ୍ତ ସହିତ କୌଣସି ଯୋଗାଯୋଗ ନରଖିବାକୁ ସର୍ତ୍ତ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/65d4g65gda4g6d54gd65a.jpg)