ଗପ୍ଟିଲଙ୍କ ୩୫ ବଲ୍‌ ଶତକ

ଟେ୍ଵଣ୍ଟି-୨୦ ଇତିହାସରେ ଚତୁର୍ଥ ଦ୍ରୁତତମ

ଲଣ୍ଡନ: ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ୩୫ ବଲ୍‌ରୁ ଶତକ ଜମାଇଛନ୍ତି। ତାଙ୍କ ବିସ୍ଫୋରକ ଶତକ ବଳରେ ଇଂଲିସ୍‌ କାଉଣ୍ଟି କ୍ରିକେଟ୍‌ ଟେ୍ଵଣ୍ଟି-୨୦ ବ୍ଲାଷ୍ଟ୍‍ରେ ଶୁକ୍ରବାର ଏକ ମ୍ୟାଚ୍‌ରେ ଓ୍ଵର୍ସେଷ୍ଟରସାୟାର ୯ ଓ୍ଵିକେଟ୍‌ରେ ନର୍ଥମ୍ପଟନ୍‌ସାୟାରକୁ ପରାସ୍ତ କରିଦେଇଛି। ନର୍ଥମ୍ପ୍‌ଟନ୍‌ସାୟାରର ୧୮୮ ରନ୍‌ ଲକ୍ଷ୍ୟକୁ ପିଛା କରିଥିବା ଓ୍ଵର୍ସେଷ୍ଟରସାୟାର ପକ୍ଷରୁ ଗପ୍ଟିଲ ୩୮ ବଲ୍‌ରେ ୧୦୨ ରନ୍‌ କରିଥିଲେ। ଏହି ପାଳିରେ ଗପ୍ଟିଲ ୧୨ ଚୌକା ଓ ୭ ଛକା ମାରିଥିଲେ। ତେବେ ୩୫ ବଲ୍‌ରୁ ତାଙ୍କ ଶତକ ହିଁ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଇତିହାସରେ ଚତୁର୍ଥ ଦ୍ରୁତତମ ଥିଲା। ଏହି ମ୍ୟାଚ୍‌ରେ ଗପ୍ଟିଲ ଓ ତାଙ୍କ ସାଥୀ ଜୋଏ କ୍ଲାର୍କ ପାଓ୍ଵାରପ୍ଲେରେ ୯୭ ଏବଂ ମୋଟ ୧୦ ଓଭରରେ ୧୬୨ ରନ୍‌ ଯୋଡ଼ିବା ପରେ ବିଛିନ୍ନ ହୋଇଥିଲେ। କ୍ଲାର୍କ ୩୩ ବଲ୍‌ରୁ ୬୧ ଏବଂ ଟ୍ରାଭିସ୍‌ ହେଡ୍‌ ୯ ବଲ୍‌ରୁ ୨୦ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ୪୧ ବଲ୍‌ ପୂର୍ବରୁ ଓ୍ଵର୍ସେଷ୍ଟରସାୟାର ଗପ୍ଟିଲଙ୍କ ଓ୍ଵିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତି ନେଇଥିଲା।

ସମ୍ବନ୍ଧିତ ଖବର