ବାସେଲ୍ (ସ୍ୱିଜରଲାଣ୍ଡ୍): ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ଆର୍ଏମ୍ଭି ଗୁରୁସାଇଦତ୍ତ, ସୌରଭ ବର୍ମା ଓ ସମୀର ବର୍ମା ସ୍ୱିସ୍ ଓପନ୍ ବିଶ୍ୱ ଟୁର୍ ସପୁର ୩୦୦ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରିଛନ୍ତି। ବୁଧବାର ପୁରୁଷ ଏକକ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ପଦକ ବିଜେତା ଗୁରୁସାଇଦତ୍ତ ୨୧-୧୬ ଓ ୨୧-୧୧ରେ ବ୍ରାଜିଲ୍ର ୟୋଗର୍ କୋଏଲୋଙ୍କୁ, ସୌରଭ ୨୧-୧୧ ଓ ୨୧-୧୮ରେ ଇସ୍ରାଏଲ୍ର ମିସା ଜିଲ୍ବର୍ମାନ୍ଙ୍କୁ ଏବଂ ସୌରଭଙ୍କ ସାନ ଭାଇ ସମୀର ୨୨-୨୦ ଓ ୨୧-୧୦ରେ ଫ୍ରାନ୍ସର ଥୋମାସ୍ ରୁକ୍ସେଲ୍ଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଏହି ତିନି ଜଣଙ୍କ ବ୍ୟତୀତ ସାଇ ଉତ୍ତେଜିତ ରାଓ ଚୁକ୍କା ୨୫-୨୩ ଓ ୨୧-୧୬ରେ ଜର୍ମାନିର ୟୋଭୋନେ ଲି’ଙ୍କୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି।
ସ୍ୱିସ୍ ଓପନ୍ ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁ, ସୌରଭ ଓ ସମୀର
/sambad/media/post_attachments/wp-content/uploads/2018/01/badminton-1.jpg)