ଗୁରୁକୁଳ ଆଇଟା-ଓଟିଏ ପୁରୁଷ ଟେନିସ୍‌:କ୍ୱାର୍ଟର୍‌ ଫାଇନାଲ୍‌ରେ ଚିନ୍ମୟ

ମେଣ୍ଢାଶାଳ: ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଚିନ୍ମୟ ପ୍ରଧାନ ଆଇଟା-ଓଟିଏ ୫୦,୦୦୦ ପୁରୁଷ ମାନ୍ୟତା ଟେନିସ୍‌ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ୍‌ କମ୍ପ୍ଲେକ୍ସରେ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ଶୀର୍ଷ ମାନ୍ୟତା ପ୍ରାପ୍ତ ଚିନ୍ମୟ ୬-୨, ୭-୫ ସେଟ୍‌ରେ ମହାରାଷ୍ଟ୍ରର ମନ୍‌ବୀର ସିଂହ ରାଧଓ୍ଵାଙ୍କୁ ପରାସ୍ତ କରିଥିଲେ। ସୋମବାର ପ୍ରଥମ ପର୍ଯ୍ୟାୟରେ ଚିନ୍ମୟ ୬-୨, ୬-୨ ସେଟ୍‌ରେ ରାଜେନ୍ଦ୍ର କେଦାମଙ୍କୁ ପରାସ୍ତ କରିଥିଲେ। ତେବେ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରୁ ଓଡ଼ିଶା ଖେଳାଳି ସତୀର୍ଥ ପଟ୍ଟନାୟକ, ଅଭିଷେକ ମହାପାତ୍ର ଏବଂ ଆଦିତ୍ୟ ଶତପଥୀ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର