ଗୁରୁକୁଳ ଟେନିସ୍‌ ଆରମ୍ଭ: ସିଡେଡଙ୍କ ବିଜୟ ଅଭିଯାନ

ଭୁବନେଶ୍ବର: ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍ ଏକାଡେମି ପରିସରରେ ଶନିବାରଠାରୁ ଚଳିତ ବ‌ର୍ଷର ପ୍ରଥମ ବରିଷ୍ଠ ବର୍ଗ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ସିଡେଡ୍‌‌ ଖେଳାଳିମାନେ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି। ୩୫ ବର୍ଷରୁ ଊର୍ଧ୍ବ ବର୍ଗରେ ପ୍ରଥମ ୪ ଶୀର୍ଷ ମାନ୍ୟତାପ୍ରାପ୍ତ ମନୋଜ ସେୱା, ସନ୍ତୋଷ କୁମାର ମଲ୍ଲିକ, ଦେବାଶିଷ ହାୟଦ ଏବଂ ଜିତେନ ମହାନ୍ତି ବିଜୟୀ ହୋଇଛନ୍ତି। ମନୋଜ ୭-୧ରେ ଡି ପାନମେଇଙ୍କୁ, ସନ୍ତୋଷ ୭-୨ରେ ମନୋଜ ଦାସଙ୍କୁ, ଦେବାଶିଷ ୭-୩ରେ ପ୍ରଦୀପ ବିଶୋଇଙ୍କୁ, ଜିତେନ ୭-୫ରେ ଅଭିଷେକଙ୍କୁ ପରାସ୍ତ କରିଥିଲେ। ସେହିଭଳି ୩୫ ବର୍ଷରୁ ଊର୍ଧ୍ବ ପୁରୁଷ ଯୁଗଳରେ ଶୀର୍ଷ ମାନ୍ୟତାପ୍ରାପ୍ତ ବେଙ୍ଗଲ ଯୋଡ଼ି ମନୋଜ ସେୱା-ହର୍ଷ ଦାବ୍ରିୱାଲ ୮-୪ରେ ମନୋଜ ଦାସ-ପ୍ରଦୀପ ବିଶୋଇଙ୍କୁ ଏବଂ ଦ୍ବିତୀୟ ମାନ୍ୟତାପ୍ରାପ୍ତ ବେଙ୍ଗଲ ଯୋଡ଼ି କାର୍ତିକ ସାହା-ଦେବାଶିଷ ହାୟଦ ୮-୩ରେ ‌ଓଡ଼ିଶାର ସନ୍ତୋଷ କୁମାର ମଲ୍ଲିକ-ମଳୟ ଦାସଙ୍କୁ ହରାଇ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସଂଧ୍ୟାରେ ୪୫ ବର୍ଷରୁ ଊର୍ଧ୍ବ ଯୁଗଳ ବର୍ଗ ମ୍ୟାଚ୍‌ ଆରମ୍ଭ ହୋଇଛି। ‌କମ୍‌ ‌ଖେଳାଳିଙ୍କ ଅଂଶଗ୍ରହଣ କାରଣରୁ ଏହି ବର୍ଗର ଏକକ ପ୍ରତିଯୋଗିତାକୁ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର