ଭୁବନେଶ୍ୱର: ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍ କମ୍ପ୍ଲେକ୍ସରେ ଚାଲିଥିବା ୧୬ ବର୍ଷରୁ କମ୍ ଆଇଟା ଓଟିଏ ଚାମ୍ପିଅନସିପ୍ ସିରିଜ୍ (ସିଏସ୍)ରେ ଦୁଇ ଓଡ଼ିଆ ଖେଳାଳି ଆଶିଷ କୁମାର ପରିଡ଼ା ଏବଂ ସିମ୍ରନ୍ ଏକ୍କା ମୁକୁଟ ହାତେଇଛନ୍ତି। ବାଳକ ଫାଇନାଲ୍ରେ ଆଶିଷ ୬-୪, ୬-୦ରେ ନିଜ ରାଜ୍ୟର ସଂଗ୍ରାମ କୁମାର ପାତ୍ରଙ୍କୁ ପରାସ୍ତ କରିଥିଲେ। ସେହିଭଳି ବାଳିକା ଫାଇନାଲ୍ରେ ସିମ୍ରନ୍ ୬-୨, ୬-୨ରେ ଝାଡ଼ଖଣ୍ଡର ଅଦିତି ପ୍ରଧାନଙ୍କୁ ମାତ୍ ଦେଇଥିଲେ। ବିଜେତାଙ୍କୁ ୧୫ ଏବଂ ଉପବିଜେତାଙ୍କୁ ୧୦ ଆଇଟା ପଏଣ୍ଟ୍ ମିଳିଛି। ୪ ରାଜ୍ୟ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ବେଙ୍ଗଲ୍ରୁ ମୋଟ ୨୫ ଜଣ ଏଥିରେ ଭାଗ ନେଇଥିଲେ। ପ୍ରତିଯୋଗିତା ନିର୍ଦେଶକ ପ୍ରଦୀପ ପ୍ରଧାନ ପୁରସ୍କାର ପ୍ରଦାନ କରିଥିବା ବେଳେ ରେଫରି ଜତିନ ବତ୍ସ୍ୟ, ଓଟିଏ ପ୍ରବଂଧକ ପ୍ରକାଶ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।
ଗୁରୁକୁଳ ଆଇଟା ସିଏସ୍: ଆଶିଷ ଓ ସିମ୍ରନ୍ ବିଜେତା
/sambad/media/post_attachments/wp-content/uploads/2018/09/6-Gurukul-SINGLES-WINNER_20180923.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)