ସର୍ବଭାରତୀୟ ଜାପାନ ସୋଟୋକାନ୍‌ କରାଟେ

ଭିଭି କରାଟେକାଙ୍କୁ ୧୬ ସ୍ୱର୍ଣ୍ଣ ସହ ୨୮ ପଦକ

ଭୁବନେଶ୍ୱର: ବିଶାଖାପାଟଣାରେ ଗତ ୭ରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ପଞ୍ଚମ ସର୍ବଭାରତୀୟ ଜାପାନ ସୋଟୋକାନ୍‌ କରାଟେ ପ୍ରତିଯୋଗିତାରେ ଭାଲେନା ଭାଲେଣ୍ଟିନାଙ୍କ ଦ୍ୱାରା ପରିଚାଳିତ ଭିଭି କରାଟେ ସ୍କୁଲ୍‌ ୧୬ ସ୍ୱର୍ଣ୍ଣ ସମେତ ମୋଟ ୨୮ ପଦକ ହାସଲ କରିଛି। ପ୍ରତିଯୋଗିତାରେ ୨୫ ଜଣ ଭିଭି କରାଟେକା ଭାଗ ନେଇଥିଲା ବେଳେ ୧୬ ସ୍ୱର୍ଣ୍ଣ ବ୍ୟତୀତ ୭ ରୌପ୍ୟ ଓ ୫ କାଂସ୍ୟ ପଦକ ଅମଳ କରିଥିଲେ। ନିଜେ ଭାଲେନା, ଚିନ୍ମୟ ସୁବୁଦ୍ଧି, ବେଦାନ୍ତ ଦାସ, ବିଦ୍ୟା କୀରଣ, ସୁରୋନ୍ଵିନା ସିହ୍ନା, ଆଶିକା ମହାପାତ୍ର, ଦିବ୍ୟକ ନାୟକ, ରୁଦ୍ର ପ୍ରସାଦ, ଜସ୍ମିନ୍‌ ମିଶ୍ର, ଶ୍ରୀଲେଖା ସ୍ୱାଇଁ, ଅଙ୍କିତ ସିଂହ, ସାଇସିମ୍ରନ୍‌ ପଟ୍ଟନାୟକ, ସମ୍ରିତା ପ୍ରଧାନ, ସମ୍ଭାବି ପଣ୍ଡା, ସାଇ ଜ୍ୟୋତି ମହାନ୍ତି ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଜିତିଥିଲା ବେଳେ ଆଲିସା ସୁବୁଦ୍ଧି ୨ ସ୍ୱର୍ଣ୍ଣ ପାଇଥିଲେ। ସେହିପରି ଦତ୍ତାତ୍ରେୟ ସାମଲ ଦୁଇଟି ରୌପ୍ୟ ଜିତିଥିଲା ବେଳେ ଆଲିସା ଦାସ, ସାଇଶିବ ନାରାୟଣ, ଆର୍ଯ୍ୟମାନ ମିଶ୍ର ରୌପ୍ୟ ପଦକ ଜିତିଥିଲେ। ସୋନାକ୍ଷୀ ସାମନ୍ତରାୟ, ଶ୍ୟାମଳୀ ବୋଷ, ହ୍ରିତିକ୍‌ ମିଶ୍ର, ଅମରେଶ ଦେ ଓ ଆର୍ଯ୍ୟମାନ ମିଶ୍ର କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର