ଜ୍ଞାନ ର˚ଜନ ବିଏଫ୍‌ଆଇ କାର୍ଯ୍ୟନିର୍ବାହୀ ସଦସ୍ୟ

କଟକ: ଓଡ଼ିଶା ବାସ୍କେଟବଲ୍‌ ସ˚ଘର ସମ୍ପାଦକ ଜ୍ଞାନ ର˚ଜନ ପରିଡ଼ା ସର୍ବଭାରତୀୟ ବାସ୍କେଟବଲ୍‌ ମହାସ˚ଘ (ବିଏଫ୍‌ଆଇ)ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ରବିବାର ସାଧାରଣ ପରିଷଦ ବୈଠକରେ ମହାସ˚ଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଭାବେ କେ ଗୋବିନ୍ଦରାଜ ଓ ସମ୍ପାଦକ ଚନ୍ଦ୍ରମୁଖୀ ଶର୍ମା ପୁନଃ ନିର୍ବାଚିତ ହୋଇଥିଲେ। ଏହି ବୈଠକକୁ ଓଡ଼ିଶାରୁ ଜ୍ଞାନର˚ଜନଙ୍କ ସହିତ ରାଜ୍ୟ ସ˚ଘ ସଭାପତି ଅଶୋକ ସାହୁ ମଧ୍ୟ ଯୋଗଦେଇଥିଲେ। ଜ୍ଞାନ ର˚ଜନ ବର୍ତ୍ତମାନ ସେଲ୍‌ଟିକ୍ସ କ୍ଲବ୍‌ର ସମ୍ପାଦକ ରହିଥିଲା ବେଳେ ଏଥିପୂର୍ବରୁ ସେ ରାଜ୍ୟ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ଅଧିକାରୀ ଭାବେ ଅବସର ନେଇଥିଲେ।

ସମ୍ବନ୍ଧିତ ଖବର