ହାଡ଼ିବନ୍ଧୁ-ସତ୍ୟବାଦୀ ସ୍ମାରକୀ କ୍ରିକେଟ୍‌: ଜେଏମ୍‌ଡି ବିଜେତା

ଭୁବନେଶ୍ବର: ଜେଏମ୍‌ଡି ଦଳ ୧୩ତମ ହାଡ଼ିବନ୍ଧୁ-ସତ୍ୟବାଦୀ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଟ୍ରଫି ବିଜେତା ହୋଇଛି। ସ୍ଥାନୀୟ ସୁନ୍ଦରପଦା କପିଳପ୍ରସାଦ ସାକ୍ସ ଖେଳ ପଡ଼ିଆରେ ରବିବାରର ଫାଇନାଲ୍‌ରେ ଏହି ଭୁବନେଶ୍ବର ଦଳ ୬ ୱିକେଟ୍‌ରେ ବ୍ଲୁ ମୁନ୍‌କୁ ପରାସ୍ତ କରିଥିଲା।

କୃଷ୍ଣ ଚୌଧୁରୀଙ୍କ ୨୮ ବଲ୍‌ ୪୧ ରନ୍‌ ବଳରେ ବ୍ଲୁ ମୁନ୍‌ ୧୨୯ ରନ୍‌ କରିଥିଲା। ପ୍ରତିପକ୍ଷର ଆଶିଷ ପ୍ରଧାନ ୨୩ ରନ୍‌ ବିନିମୟରେ ୪ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଜେଏମ୍‌ଡି ୪ ୱିକେଟ୍ ହରାଇ ୧୩୦ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ବିକି ଡିଗଲ ସର୍ବାଧିକ ୪୩ ରନ୍‌ କରିଥିଲେ। ବ୍ଲୁ ମୁନ୍‌ର ଜ୍ୟୋତିରଂଜନ ଧଳାଇ ୨ ୱିକେଟ୍ ଅକ୍ତିଆର କରିଥିଲେ। ଆଶିଷ ପ୍ରଧାନ ଫାଇନାଲର ଶ୍ରେଷ୍ଠ ଏବଂ ବିକି ଡିଗଲ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର