ହାଡିବଂଧୁ-ସତ୍ୟବାଦୀ ସ୍ମାରକୀ କ୍ରିକେଟ୍

ଭୁବନେଶ୍ବର: ସୁନ୍ଦରପଦାର ସାକ୍ସ ପଡ଼ିଆରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ହାଡିବଂଧୁ-ସତ୍ୟବାଦୀ ସ୍ମାରକୀ ଟେନିସ୍ ବଲ୍ କ୍ରିକେଟ୍‌ ପ୍ରତିଯୋଗିତାର ଏକାଦଶ ସଂସ୍କରଣ ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ। ବିଜେତା ଦଳକୁ ୪୧, ୦୦୦ ଏବଂ ଉପ ବିଜେତାକୁ ୩୧,୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ। ଏହା ଛଡ଼ା ଅନ୍ୟାନ୍ୟ ଆକର୍ଷଣୀୟ ବ୍ୟକ୍ତିଗତ ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଛି। ଆଗ୍ରହୀ ଦଳଗୁଡ଼ିକ ସୁଶାନ୍ତ ସାହୁ (୮୮୪୭୮ ୮୫୬୭୭), ଅଭିଜିତ ଚମ୍ପତ୍ତି (୯୬୫୮୪ ୨୨୩୯୮) କିମ୍ବା ବିପୁଲ ପ୍ରଧାନ (୮୨୭୦୯୯୬୦୧୯)ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର