ଗୋଲ୍ଡକୋଷ୍ଟ: ସୁରୁଖୁରୁରେ ଚାଲିଥିବା ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ଶେଷ ଦିନରେ ଏକ ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ବିବାଦର ସୂତ୍ରପାତ ହୋଇଛି। ଅସହ୍ୟ ଗରମ ପାଇଁ ଜଣେ ମାରାଥନ ଧାବକ ଟ୍ରାକ୍ ଉପରେ ବେହୋସ ହୋଇଯିବା ପରେ ତାଙ୍କୁ ଠିକ୍ ସମୟରେ ଆବଶ୍ୟକ ଚିକିତ୍ସା ନ ମିିଳିବା ଆୟୋଜକଙ୍କୁ କାଠଗଡାରେ ଛିଡ଼ା କରିଛି। ରବିବାର ପୁରୁଷ ମାରଥନ ଦୌଡ଼ ଚାଲିଥିଲା ବେଳେ ସ୍କଟ୍ଲାଣ୍ଡ ଧାବକ କାଲାମ ହକିନ୍ସ ଦୁଇ ଘଣ୍ଟା ଦୌଡ଼ିବା ପରେ ଗୋଲ୍ଡକୋଷ୍ଟର ତତଲା ପାଣିପାଗ ପାଇଁ ଆଉ ଆଗକୁ ବଢ଼ି ପାରି ନଥିଲେ। କିଛି ସମୟ ଅଟକିବା ପରେ ଅବଶ୍ୟ ସେ ପୁଣି ଥରେ ଦୌଡ଼ିବା ଆରମ୍ଭ କରିଥିଲେ। ହେଲେ ମାତ୍ର ୧୦୦ ମିଟର ଯିବା ପରେ ବେହୋସ ହୋଇ ଯାଇଥିଲେ। ଆୟୋଜକମାନେ କିନ୍ତୁ ତାଙ୍କୁ ଆଶୁ ଚିକିତ୍ସା ପ୍ରଦାନ କରିବାରେ ବିଫଳ ହୋଇଥିଲେ। ସେଥିପାଇଁ ସେ ଢେର ସମୟ ଟ୍ରାକରେ ପଡ଼ି ରହିଥିଲେ। ଏପରିକି ଦର୍ଶକମାନେ ତାଙ୍କ ଫଟୋ ଉଠାଉଥିଲେ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସି ନଥିଲେ। ଯାହାକୁ ବହୁ ପୂର୍ବତନ ଖେଳାଳି ତୀବ୍ର ସମାଲୋଚନା କରିଥିଲେ। ଶେଷରେ ୧୫ ମିନିଟ୍ ପରେ ଆୟୋଜକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହକିନ୍ସ ଚେତା ହରାଇବା ପରେ ଅଷ୍ଟ୍ରେଲିଆର ମାଇକ୍ ସେଲି ଦୁଇ ଘଣ୍ଟା ୧୬.୪୬ ମିନିଟ୍ ସମୟ ନେଇ ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଚେତା ହରାଇଲେ ହକିନ୍ସ
/sambad/media/post_attachments/wp-content/uploads/2018/04/7-Scotlands-Callum-Hawkins-lies-on-the-ground-as-Australias-Michael-Shelley-runs-past-during-the-mens-marathon-final..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)