ମେଲ୍ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍ ଓପନ୍ର ଶନିବାର ତୃତୀୟ ପର୍ଯ୍ୟାୟ ମୁକାବିଲାରେ ବିଶ୍ୱ ମାନ୍ୟତାର ଶୀର୍ଷ ମହିଳା ଖେଳାଳି ସିମୋନା ହାଲେପ୍ ଅଳ୍ପକେ ପରାଜୟରୁ ବର୍ତି ଯାଇଥିଲା ବେଳେ ପୂର୍ବତନ ବିଜୟିନୀ ରୁଷୀୟ ସୁନ୍ଦରୀ ମାରିଆ ସାରାପୋଭା ବିଦାୟ ନେଇଛନ୍ତି। ଅନ୍ୟପଟେ ଗତବର୍ଷର ୟୁଏସ୍ ଓପନ୍ ବିଜୟିନୀ ଜର୍ମାନି ଲଳନା ଆଞ୍ଜେଲିକ୍ କେର୍ବର ବିଜୟ ଅଭିଯାନ ଜାରି ରଖି ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ହାଲେପ୍ ତୃତୀୟ ପର୍ଯ୍ୟାୟରେ ଲରେନ୍ ଡେଭିସ୍ଙ୍କଠୁ କଡ଼ା ଆହ୍ଵାନ ପାଇଥିଲା ବେଳେ ୪-୬, ୬-୪ ଓ ୧୫-୧୩ ସେଟ୍ରେ କଷ୍ଟକର ବିଜୟ ହାସଲ କରିନେଇଥିଲେ। ହେଲେ ପ୍ରତ୍ୟାବର୍ତନରେ ଟ୍ରଫି ଜିତିବାର ଲାଳସା ରଖିଥିବା ସାରାପୋଭା ଏହି ପର୍ଯ୍ୟାୟରେ କେର୍ବରଙ୍କ ନିକଟରୁ ସିଧାସଳଖ ୧-୬ ଓ ୩-୬ ସେଟ୍ରେ ହାରି ବିଦାୟ ନେଇଥିଲେ। ସେହିପରି ୨୬ ମାନ୍ୟତା ପୋଲାଣ୍ଡ୍ ଲଳନା ଅଗ୍ନସ୍କା ରାଦ୍ଓ୍ଵନ୍ସ୍କା ମଧ୍ୟ ପରାଜୟ ସହ ବିଦାୟ ନେଇଛନ୍ତି। ରାଦ୍ଓ୍ଵନ୍ସ୍କାଙ୍କୁ ଶନିବାର ତୃତୀୟ ପର୍ଯ୍ୟାୟ ମୁକାବିଲାରେ ହି ସିହେ ସିଧାସଳଖ ୬-୨, ୭-୫ ସେଟ୍ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ଅନ୍ୟ ତୃତୀୟ ପର୍ଯ୍ୟାୟ ମ୍ୟାଚ୍ରେ ଷଷ୍ଠ ମାନ୍ୟତା ଚେକ୍ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ନିଜ ଦେଶର ଲୁସି ସାଫାରୋଭାଙ୍କୁ ୭-୬, ୭-୫, ଆମେରିକାର ମାଡିସନ୍ କେୟସ ୬-୩, ୬-୪ରେ ରୋମାନିଆର ଆନା ବୋଗ୍ଡାନ୍ଙ୍କୁ, ବାର୍ବରା ଷ୍ଟ୍ରାଇକୋଭା ୬-୨, ୬-୨ରେ ପେରାଙ୍କୁ ହରାଇଥିଲା ବେଳେ ଗାର୍ସିଆ, ଜାପାନର ନାଓମି ଓସାକା ବିଜୟ ଧାରା ଜାରି ରଖି ଚତୁର୍ଥ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଚତୁର୍ଥ ପର୍ଯ୍ୟାୟରେ କେର୍ବରଙ୍କ ମୁକାବିଲା ହାଲେପ୍ଙ୍କ ସହ ହେବ।
ଅନ୍ୟପକ୍ଷରେ ପୁରୁଷ ଏକକରେ ୬ ଥର ବିଜେତା ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ୨୧ତମ ମାନ୍ୟତା ସ୍ପେନ୍ର ଆଲ୍ବର୍ଟ ରାମୋସ୍ ଭିନୋଲାସ୍ଙ୍କୁ ୬-୨, ୬-୩ ଓ ୬-୩ ସେଟ୍ରେ ସହଜାରେ ପରାସ୍ତ କରି ୧୧ ଥର ପାଇଁ ଚତୁର୍ଥ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଏହି ପର୍ଯ୍ୟାୟରେ ଚତୁର୍ଦଶ ମାନ୍ୟତା ଜୋକୋଭିକ୍ଙ୍କ ମୁକାବିଲା ଦକ୍ଷିଣ କୋରିଆର ଯୁବ ତାରକା ଚୁଙ୍ଗ୍ ହ୍ୟୁନ୍ଙ୍କ ସହ ହେବ। ଶନିବାର ତୃତୀୟ ପର୍ଯ୍ୟାୟରେ ଚୁଙ୍ଗ୍ ୫-୭, ୭-୬, ୨-୬, ୬-୩ ଓ ୬-୦ ମାରାଥନ୍ ସେଟ୍ରେ ଭେରେଭ୍ଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛନ୍ତି। ଅନ୍ୟ ପୁରୁଷ ମ୍ୟାଚ୍ରେ ଦ୍ୱିତୀୟ ମାନ୍ୟତା ସ୍ୱିଜରଲାଣ୍ଡ୍ ତାରକା ରୋଜର୍ ଫେଡେରର୍, ପଞ୍ଚମ ମାନ୍ୟତା ଡୋମିନିକ୍ ଥିମ୍, ୧୯ ମାନ୍ୟତା ଥୋମାସ୍ ବର୍ଦିକ୍ ନିଜ ନିଜର ସହଜ ବିଜୟ ସହ ତୃତୀୟ ପର୍ଯ୍ୟାୟ ବାଧା ପାରି ହୋଇଛନ୍ତି।
ହାଲେପ୍ ବର୍ତିଗଲେ; ଭେରେଭ୍, ସାରାପୋଭା ବିଦା
ଚତୁର୍ଥ ପର୍ଯ୍ୟାୟରେ ଜୋଭୋକିଭ୍, ଫେଡେରର୍, କେର୍ବର
/sambad/media/post_attachments/wp-content/uploads/2018/01/15-Logo-Aus-open.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)