ଆବୁଧାବି ବିଜୟ ସହ ଋତୁ ଶେଷ କଲେ ହାମିଲଟନ୍‌

ଆବୁଧାବି: ୫ ଥର ବିଶ୍ବ ବିଜେତା ଲୁଇସ୍‌ ହାମିଲଟନ୍‌ ରବିବାର ଏଠାରେ ରେସ୍‌ ଜିତି ଫର୍ମୁଲା ୱାନ୍‌ ଋତୁ ଶେଷ କରିଛନ୍ତି। ଆବୁଧାବିରେ ବିଜୟ ହାମିଲଟନ୍‌ଙ୍କ ଋତୁର ଏକାଦଶ ଏବଂ ମୋଟ ଉପରେ ୭୧ତମ ଟ୍ରଫି ଥିଲା। ଆବୁଧାବିର ୟାସ୍‌ ମାରିନା ସର୍କିଟ୍‌ରେ ରେସ୍‌ ଜିତିଥିବା ବ୍ରିଟେନ୍‌ ଚାଳକ ହାମିଲଟନ୍‌ ଏବେ ବି ମାଇକେଲ୍‌ ସୁମାକର୍‌ଙ୍କ ନାମରେ ଥିବା ସର୍ବକାଳୀନ କୀର୍ତିମାନଠୁ ୧୮ବିଜୟ ଦୂରରେ ରହିଛନ୍ତି। ଭି୬ ଟର୍ବୋ ହାଇବ୍ରିଡ୍‌ ଏରାରେ ୧୦୦ ରେସ୍‌ରୁ ୫୧ ବିଜୟ ପାଇଥିବା ହାମିଲଟନ୍‌ ମଧ୍ୟ ଗୋଟିଏ ଋତୁରେ ୪୦୦ରୁ ଅଧିକ ପଏଣ୍ଟ୍‌ ପାଇବାରେ ପ୍ରଥମ ଚାଳକ ହୋଇଛନ୍ତି। ଚଳିତ ଋତୁ ଶେଷରେ ହାମିଲଟନ୍‌ଙ୍କ ମୋଟ ପଏଣ୍ଟ୍‌ ସଂଖ୍ୟା ୪୦୮ ‌ରହିଛି। ଆବୁଧାବିରେ ହାମିଲଟନ୍‌ଙ୍କ ପଛକୁ ଫେରାରିର ସେବାସ୍ତିଆନ୍‌ ଭିଟେଲ ଦ୍ବିତୀୟ ଏବଂ ରେଡଉ ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ତୃତୀୟ ସ୍ଥାନ ପାଇଥିଲେ। ତେବେ ନିଜ ଜୀବନର ଶେଷ ରେସ୍‌ରେ ଭାଗ ନେଇଥିବା ୨ ଥର ବିଶ୍ବ ବିଜେତା ଫର୍ନାଣ୍ଡୋ ଆଲୋଁସୋ ୧୧ତମ ସ୍ଥାନରେ ରହି ନିରାଶ ହୋଇଥିଲେ।

ସମ୍ବନ୍ଧିତ ଖବର