ହାମିଲଟନ୍: ନ୍ୟୁଜିଲାଣ୍ଡ୍ ଗସ୍ତରେ ଥିବା େଓ୍ଵଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ପ୍ରଥମ ଟେଷ୍ଟ ହାରିଯିବା ପରେ ଶନିବାରଠୁ ଏଠାରେ ଦ୍ୱିତୀୟ ଟେଷ୍ଟ ଖେଳିଛି। ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ଦଳର ବୋଲରମାନେ ପ୍ରଥମ ଦିବସରେ ୭ ଓ୍ଵିକେଟ୍ ଅକ୍ତିଆର କରିନେଇ ଦଳକୁ ଭଲ ସ୍ଥିତି ଦେଇଛନ୍ତି। ବିଶେଷକରି ସାନନ୍ ଗାବ୍ରିଏଲ୍ (୩/୭୯), କୁମିନ୍ସ (୨/୩୭), କେମାର ରୋଚ୍ (୧/୪୫) ଓ ରିଫର୍ (୧/୩୬) ଭଲ ବୋଲିଂ କରିବାରୁ ଘରୋଇ ନ୍ୟୁଜିଲାଣ୍ଡ୍ ପ୍ରଥମ ଦିବସରେ ୮୭ ଓଭର ଖେଳି ୨୮୬ ରନ୍ରେ ୭ ଓ୍ଵିକେଟ୍ ହରାଇଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜିତ୍ ରାଭାଲ (୮୪) ଓ ମଧ୍ୟଭାଗରେ କଲିନ୍ ଗ୍ରାଣ୍ଡ୍ହୋମ୍ (୫୮) ଅର୍ଧଶତକ ଜମାଇଥିଲା ବେଳେ ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ ୪୩, ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ୍ ୨୨, ହେନରି ନିକୋଲ୍ସ ୧୩, ପୂର୍ବତନ ଅଧିନାୟକ ରସ୍ ଟେଲର ୧୬ ଓ ମିଚେଲ ସାଣ୍ଟ୍ନର୍ ୨୪ ରନ୍ର ଅବଦାନ ଛାଡ଼ିଥିଲେ। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଓ୍ଵିକେଟ୍ରକ୍ଷକ ବ୍ଲଣ୍ଡେଲ୍ ୧୨ ଓ ଦ୍ରୁତ ବୋଲର ନିଲ୍ ଓ୍ଵାଗ୍ନର ୧ ରନ୍୍ରେ ଅପରାଜିତ ଅଛନ୍ତି।