ଲଣ୍ଡନ: ଫର୍ମୁଲା ୱାନ୍ ବିଜେତା ଲୁଇସ୍ ହାମିଲଟନ୍ ସର୍ବାଧିକ ଷଷ୍ଠ ଥର ପାଇଁ ବ୍ରିଟିସ୍ ଗ୍ରାଁ ପ୍ରି ରେସ୍ ଜିତି ନେଇଛନ୍ତି। ପୋଲ୍ ପୋଜିସନ୍ ପାଇଥିବା ବୋଟ୍ଟାସ୍ ଦ୍ବିତୀୟ ସ୍ଥାନରେ ରହିଥିଲେ। ବ୍ରିଟିସ୍ ଗ୍ରାଁପ୍ରି ଚଳିତ ଋତୁରେ ହାମିଲଟନ୍ଙ୍କ ୧୦ ରେସ୍ରୁ ସପ୍ତମ ବିଜୟ। ନିଜ ଫର୍ମୁଲା ୱାନ୍ ଜୀବନରେ ହାମିଲଟନ୍ଙ୍କ ଏହା ମୋଟ ୮୦ତମ ବିଜୟ ଥିଲା। ରବିବାର ଘରୋଇ ପ୍ରଶଂସକଙ୍କ ଆଗରେ ଏହି କୀର୍ତ୍ତିମାନଭରା ବିଜୟ ସହ ହାମିଲଟନ୍ ମଧ୍ୟ ମର୍ସିଡେଜ୍ ଦଳୀୟ ସାଥୀ ଭାଲ୍ଟେରି ବୋଟ୍ଟାସ୍ଙ୍କଠୁ ପଏଣ୍ଟ୍ ବ୍ୟବଧାନ ୩୯କୁ ବଢ଼ାଇଛନ୍ତି। ୫ ଥର ବିଶ୍ବ ବିଜେତା ବ୍ରିଟେନ୍ ଚାଳକ ହାମିଲଟନ୍ ଏବେ ୨୨୩ ପଏଣ୍ଟ୍ରେ ପହଞ୍ଚିଥିଲା ବେଳେ ବୋଟ୍ଟାସ୍ଙ୍କ ପଏର୍ଟ୍ ୧୮୪ ରହିଛି। ବ୍ରିଟିସ୍ ଗ୍ରାଁ ପ୍ରିରେ ଫେରାରିର ମୋନେଗାସ୍କୁ ଚାର୍ଲସ୍ ଲେକ୍ଲେକ୍ ତୃତୀୟ ସ୍ଥାନ ସହ ପୋଡିୟମ୍ ଫିନିସ୍ କରିଥିଲା ବେଳେ ତାଙ୍କ ଦଳୀୟ ସାଥୀ ସେବାସ୍ତିଆନ୍ ଭିଟେଲ ଓ ରେଡ୍ ବୁଲ୍ର ଯୁବ ଚାଳକ ମାକ୍ସ ଭର୍ଷ୍ଟାପେନ୍ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ପାଇଥିଲେ। ସ୍ପେନ୍ର ମ୍ୟାକ୍ଲରେନ୍ ଚାଳକ କାର୍ଲୋସ୍ ସେଞ୍ଜ୍ ଷଷ୍ଠ, ରିନଲ୍ଟର ଅଷ୍ଟ୍ରେଲୀୟ ଚାଳକ ଡାନିଏଲ୍ ରିକାର୍ଡୋ ସପ୍ତମ, ଆଲ୍ଫା ରୋମିଓର କିମି ରାଇକୋନେନ୍ ଅଷ୍ଟମ, ଟରୋ ରୋସୋର ରୁଷିଆ ଚାଳକ ଡାନିଏଲ୍ କ୍ବାଟ୍ ନବମ ଏବଂ ନିକୋ ହକେନ୍ବର୍ଗ ଦଶମ ସ୍ଥାନରେ ପଏଣ୍ଟ କରାୟତ କରିଥିଲେ।
ହାମିଲଟନ୍ ଜିତିଲେ ବ୍ରିଟିସ୍ ଗ୍ରାଁ ପ୍ରି
/sambad/media/post_attachments/wp-content/uploads/2019/07/Untitled-7-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)