ସପ୍ତମ ଥର ବ୍ରିଟିସ ଗ୍ରାଁ ପ୍ରି ଜିତିଲେ ହାମିଲଟନ୍‌

ଲଣ୍ଡନ: ୬ ଥର ଫର୍ମୁଲା ୱାନ୍‌ ବିଶ୍ବ ବିଜେତା ମର୍ସିଡିଜ୍‌ ଚାଳକ ଲୁଇସ୍‌ ହାମିଲଟନ୍‌ ନାଟକୀୟ ଭାବେ ରବିବାର ସପ୍ତମ ବ୍ରିଟିସ୍‌ ଗ୍ରାଁ ପ୍ରି ଟ୍ରଫି କରାୟତ୍ତ କରିଛନ୍ତି। ରେସ୍‌ ବେଳେ ଏହି ୩୫ ବର୍ଷୀୟ ବ୍ରିଟିସ୍‌ ତାରକାଙ୍କ କାର୍ ଟାୟାର ପମ୍ପଚର୍‌ ସତ୍ତ୍ବେ ସେ ନିଜ ଘରୋଇ ସର୍କିଟ୍‌ ସିଲ୍‌ଭରଷ୍ଟୋନ୍‌ରେ ଟ୍ରଫି ଜିତି ନେଇଥିଲେ। ଏଥିସହ ସହ ଫର୍ମୁଲା ୱାନ୍‌ ଚାଳକ ତାଲିକାରେ ୮୮ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଥିଲେ। ତାଙ୍କ ପଛକୁ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଦ୍ବିତୀୟ ଏବଂ ଫେରାରିର ଚାଲର୍ସ ଲେକଲର୍କ ତୃତୀୟରେ ରହି ପୋଡିୟମ ଫିନିସ୍‌ କରିଥିଲେ। ଶେଷ ସମୟରେ ଟାୟାର ଫାଟି ଯିବାରୁ ହାମିଲଟନ୍‌ଙ୍କ ଦଳୀୟ ସାଥୀ ‌ଭାଲଟ୍ଟେରି ବୋଟ୍ଟାସ ଏକାଦଶ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର