ସୁମାକରଙ୍କ ଫର୍ମୁଲା ୱାନ୍‌ କୀର୍ତ୍ତିମାନ ସମକକ୍ଷ ହେଲେ ହାମିଲଟନ୍‌

ନୁର୍ବରଗ୍ରିଙ୍ଗ୍‌ (ଜର୍ମାନି): ବ୍ରିଟେନ୍‌ର ଫର୍ମୁଲା ୱ‌ାନ୍‌ ଚାଳକ ଲୁଇସ୍‌ ହାମିଲଟନ୍‌ ରବିବାର ଏଠାରେ ଆୟୋଜିତ ଇଫେଲ୍‌ ଗ୍ରାଁ ପ୍ରି ରେସ୍‌ ଜିତି ନେଇଛନ୍ତି। ଆଉ ଏହି ବିଜୟ ସହ ହାମିଲଟନ୍‌ ମଧ୍ୟ ମାଇକେଲ ସୁମାକରଙ୍କ ସର୍ବକାଳୀନ ସର୍ବାଧିକ ୯୧ ବିଜୟର କୀର୍ତ୍ତିମାନ ସମକକ୍ଷ ହୋଇଯାଇଛନ୍ତି। ଏହି ବିଜୟ ମଧ୍ୟ ମର୍ସିଡେଜ୍‌ ଚାଳକ ହାମିଲଟନ୍‌ଙ୍କୁ ସପ୍ତମ ବିଶ୍ବ ପ୍ରତିଯୋଗିତା ବିଜେତା ହେବାର ନିକଟତର କରିଛି। ରବିବାର ବିଜୟ ଥିଲା ହାମିଲଟନ୍‌ଙ୍କ ପାଇଁ ଚଳିତ ଋତୁର ସପ୍ତମ। ଆଉ ୬ ରେସ୍‌ ବାକି ଥିଲା ବେଳେ ସେ ଏବେ ବୋଟ୍ଟାସ୍‌ଙ୍କଠାରୁ ୬୯ ପଏଣ୍ଟ୍‌ ଆଗୁଆ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ଫେରାରି ଚାଳକ ଭାଲ୍‌ଟେରି ବୋଟ୍ଟାସ୍‌ ଚଳିତ ଋତୁରେ ପ୍ରଥମ ପ୍ରତିଯୋଗିତାରୁ ଓହରିଯାଇଥିବାରୁ ବିଶ୍ବ ପ୍ରତିଯୋଗିତା ଜିତିବା ଆଶା କ୍ଷୀଣ ହୋଇଯାଇଛି। ଜର୍ମାନିରେ ରବିବାର ଅନୁଷ୍ଠିତ ରେସ୍‌ରେ ରେଡ୍‌ବୁଲ୍‌ ଚାଳକ ମାକ୍ସ ଭର୍ଷ୍ଟାପେନ୍‌ ଦ୍ବିତୀୟ ସ୍ଥାନ ଅକ୍ତିଆର କରିବା ସାଙ୍ଗକୁ ଦ୍ରୁତତମ ଲାପ୍‌ ପାଇଁ ଗୋଟିଏ ବୋନସ୍‌ ପଏଣ୍ଟ୍‌ ମଧ୍ୟ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ଡାନିଏଲ୍‌ ରିକାର୍ଡୋ ତୃତୀୟରେ ରହି ପୋଡ଼ିୟମ୍‌ ଫିନସ୍‌ କରିଥିଲେ। ରିନଲ୍‌ଟ ପାଇଁ ସେ ମଧ୍ୟ ୨୦୧୮ ପରେ ପ୍ରଥମ ପୋଡିୟମ ପାଇଛନ୍ତି। ୨୦୧୮ରେ ସେ ରେଡ୍‌ ବୁଲ୍‌ ପାଇଁ ପୋଡିୟମ୍‌ ଫିନିସ୍‌ କରିଥିଲେ।

ସମ୍ବନ୍ଧିତ ଖବର