ରଷିଆନ୍‌ ଗ୍ରାଁ ପ୍ରି ଜିତିଲେ ହାମିଲଟନ୍‌

ସୋଚି: ବ୍ରିଟିସ୍‌ ଚାଳକ ଲୁଇସ ହାମିଲଟନ୍‌ ରଷିଆନ୍‌ ଗ୍ରାଁ ପ୍ରି ଜିତି ନେଇଛନ୍ତି। ରୁଷିଆର ସୋଚିର ଅଟୋଡ୍ରାମରେ ଆୟୋଜିତ ଏହି ରେସ୍‌କୁ ମର୍ସିଡିଜ୍‌ର ଚାଳକ ହାମିଲଟନ୍‌ ୧:୩୩:୩୮.୯୯୨ ସେକେଣ୍ଡ ସମୟ ନେଇ ନିଜ ଦଳୀୟ ସାଥୀ ଭାଲଟେରି ବୋଟ୍ଟାସଙ୍କୁ ପଛରେ ପକାଇ ଟ୍ରଫି କରାୟତ କରିଥିଲେ। ତେବେ ମର୍ସିଡିଜ୍‌ ୧-୨ ଫିନିସ୍‌ ପାଇଥିଲା। ଏହି ବିଜୟ ସହ ହାମିଲଟନ୍‌ ଚଳିତ ବର୍ଷ ଫର୍ମୁଲା ୱାନ୍‌ ପ୍ରତି‌ଯୋଗିତାର ନବମ ଗ୍ରାଁ ପ୍ରି ଜିତି ୩୨୧ ପଏଣ୍ଟ୍‌ ପାଇ ଡ୍ରାଇଭର ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଫେରାରିର ଚାର୍ଲେସ ଲେକଲର୍କ ତୃତୀୟ, ରେଡ୍‌ବୁଲ ରେସିଂ ହୁଣ୍ଡାର ମ୍ୟାକ୍ସ ଭର୍ସ୍ତାପେନ ଚତୁର୍ଥ ଓ ଆଲେକଜାଣ୍ଡର ଆଲ୍‌ବନ୍‌ ପଞ୍ଚମରେ ରହିଥିଲେ।

ସମ୍ବନ୍ଧିତ ଖବର