ହ୍ୟାଣ୍ଡ୍‌ବଲ୍‌ ପ୍ରତିଭା ଆର୍ଯ୍ୟନ୍‌ ସମ୍ବର୍ଦ୍ଧିତ

ଭୁବନେଶ୍ବର: ଅନ୍ତର୍ଜାତୀୟ ହ୍ୟାଣ୍ଡ୍‌ବଲ୍‌ ଖେଳାଳି ଆର୍ଯ୍ୟନ୍‌ ବ୍ରାହ୍ମିନଙ୍କୁ ଟୁର୍‌-ଡି ଏକାମ୍ର ସାଇକେଲ୍‌ଥନ୍‌-୨୦୨୧ ପ୍ରତିଯୋଗିତା ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ତାଙ୍କୁ କ୍ରୀଡ଼ା ସଚିବ ବିଶାଳ ଦେବ ସମ୍ବର୍ଦ୍ଧିତ କରିଥିଲେ। ଆୟୋଜକ ସମିତି ପକ୍ଷରୁ ବ୍ରାହ୍ମିନ୍‌ଙ୍କୁ ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। ସେ ହ୍ୟାଣ୍ଡ୍‌ବଲ୍‌ରେ ରାଜ୍ୟ ଓ ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ୨୦୧୮ରେ ୧୮ ବର୍ଷରୁ କମ୍‌ ଭାରତୀୟ ଦଳ ସହ ଲଣ୍ଡନ ଗସ୍ତ କରିଥିଲା ବେଳେ ୨୦୧୯ ଏପ୍ରିଲରେ ସ୍ପେନ୍‌, ଜୁଲାଇରେ ସ୍ବିଡେନ୍‌ରେ ଆୟୋଜିତ ବିଶ୍ବ ଚାମ୍ପିଅନ୍‌ସିପ୍‌, ‌ସେପ୍ଟେମ୍ବରରେ ଉଜ୍‌ବେକିସ୍ତାନର ତାସକେଣ୍ଟଠାରେ ଅନୁଷ୍ଠିତ ବରିଷ୍ଠ ବର୍ଗରେ ପ୍ରତିନିଧିତ୍ବ କରି ଭାରତ ପାଇଁ ରୌପ୍ୟ ଜିତିଥିଲେ।

ସମ୍ବନ୍ଧିତ ଖବର