ଦିବ୍ୟାଙ୍ଗ ପ୍ରିମିୟର୍‌ ଲିଗ୍‌ ଖେଳିବେ ୩ ଓଡ଼ିଆ

ଭୁବନେଶ୍ୱର: ହରିଆନାର ସୋନିପଥ୍‌ରେ ଆଇପିଏଲ୍‌ ଢ଼ାଞ୍ଚାରେ ପ୍ରଥମ ଥର ଦିବ୍ୟାଙ୍ଗ ପ୍ରିମିୟର୍‌ ଲିଗ୍‌ କ୍ରିକେଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶାରୁ ୩ ଜଣ ଖେଳାଳି ଏଥିରେ ସାମିଲ ବେହାକୁ ଯାଉଛନ୍ତି। ସେମାନେ ହେଲେ-ବଳରାମ ବସ୍ତିଆ, କିଶୋର୍‌ କୁମାର ଦାସ, ଉଦିତ୍‌ ହରପାଲ୍‌। ବାଙ୍ଗାଲୋର୍‌ ଓ୍ଵାରିୟର୍ସରେ ବଳରାମ, କୋଲକାତା ଟାଇଗର୍ସରେ କିଶୋର ଏବଂ ଦିଲ୍ଲୀ ଡାଇନାମସ୍‌ରେ ଉଦିତ ଖେଳିବେ। ପ୍ରତିଯୋଗିତାରେ ଚତୁର୍ଥ ଦଳଟି ହେଉଛି ହରିଆନା ହୁରିକେନ୍‌। ଚଳିତ ବର୍ଷ ପୂର୍ବାଞ୍ଚଳ ଦିବ୍ୟାଙ୍ଗ କ୍ରିକେଟରେ ଭଲ ପ୍ରଦର୍ଶନ କରି ଏମାନେ ଦିବ୍ୟାଙ୍ଗ ପ୍ରିମିୟର୍‌ ଲିଗ୍‌ ପାଇଁ ମନୋନୀତ ହୋଇଛନ୍ତି। ମଙ୍ଗଳବାର ଏହି ଖେଳାଳିମାନେ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଯାତ୍ରା କରିଛନ୍ତି। ରେଳଷ୍ଟେସନ୍‌ରେ ଏହି ଖେଳାଳିମାନଙ୍କୁ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ସଂଘ ଏବଂ ଆଶ୍ରୟ ତରଫରୁ ନମିତା ସାହୁ, ଗୋପୀ ମୋହନ ପଟ୍ଟନାୟକ, ରାଖାଲ କୁମାର ସେଠୀ, ପରିବର୍ତନ ଫାଉଣ୍ଡେସନ୍‌ର ନିରଂଜନ ସ୍ୱାଇଁ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର