ହଙ୍ଗଜୁ ପାରା ଏସିଆଡ୍‌ ମାସ୍କଟ୍‌ ଉନ୍ମୋଚିତ

ହଙ୍ଗଜୁ: ୨୦୨୨ ମସିହାର ହଙ୍ଗଜୁ ଏସୀୟ ପାରା କ୍ରୀଡ଼ାର ମାସ୍କଟ୍‌ ଗୁରୁବାର ଉନ୍ମୋଚିତ ହୋଇଛି। ଲିଆଙ୍ଗଜୁ ସସ୍କୃତିରେ ଥିବା ଦେବତ୍ବର ପକ୍ଷୀ ‘ଫେଇ ଫେଇ’କୁ ମାସ୍କଟ୍‌ କରାଯାଇଛି। ହଙ୍ଗଜୁ ଐତିହ୍ୟ ନବବାଦ ଓ ପ୍ରକୃତି ମଧ୍ୟରେ ସୁସଂଗତ ରକ୍ଷା କରିବାର ପ୍ରତିଫଳନ ଏହି ମାସ୍କଟରେ କରାଯାଇଛି। ଏସିଆ ମହାଦେଶରେ ଏହି ମାସ୍କଟ ଆନନ୍ଦ ଓ ଉତ୍ସାହ ଭରି ଦେବ ବୋଲି ଖୁସିର ସହ ପ୍ରକାଶ କରିଛନ୍ତି ଏସୀୟ ପାରାଲିମ୍ପିକ୍‌ ସମିତ ସଭାପତି ମଜିଦ୍‌ ରସିଦ୍। ପ୍ରତ୍ୟେକଙ୍କ ଜୀବନରେ ଏହି ମାସ୍କଟ ଜୀବନ ଭରିଦେବ। ଖେଳାଳିଙ୍କଠାରୁ ଦର୍ଶକଙ୍କ ପର୍ଯ୍ୟନ୍ତ ଏହାର ଆକର୍ଷଣକୁ ଉପଭୋଗ କରିପାରିବେ ବୋଲି ସେ କହିଛନ୍ତି। ପ୍ରଥମ ଫେଇର ଅର୍ଥ ଉଡ଼ନ୍ତା ପକ୍ଷୀ । ଦ୍ବିତୀୟଟି ନିଜ କ୍ଷମତାଠାରୁ ଅଧିକ ଆଶା କରୁଥିବା ପାରା କ୍ରୀଡ଼ାବିତ୍‌ଙ୍କ ମାନସିକ ଦୃଢ଼ତାର ପରିଚାୟକ। ବୋଲି ମଜିଦ୍ କହିଛନ୍ତି। ମାସ୍କଟର ଛାତିରେ ୪୫ ଡଟ୍ ରହିଛି ଯାହା ଏପିସିର ସଦସ୍ୟଙ୍କ ପ୍ରତିନିଧିତ୍ବ କରୁଛି। ସୂଚନାଯୋଗ୍ୟ, ଏସୀୟ ପାରା କ୍ରୀଡ଼ାର ଚତୁର୍ଥ ସଂସ୍କରଣ ଅକ୍ଟୋବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଟାଏକୋଣ୍ଡୋ ଏବଂ ପାରା କାନୋଇର ପଦାର୍ପଣ ସହିତ ମୋଟ ୨୨ ଖେଳ ଏଥିରେ ରହିବ।

ସମ୍ବନ୍ଧିତ ଖବର