ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ତଥା ବରିଷ୍ଠ ଅଫ୍ ସ୍ପିନର୍ ହରଭଜନ ସିଂହଙ୍କ ଦୃଷ୍ଟିରେ ରବୀନ୍ଦ୍ର ଜାଦେଜା ବିଶ୍ୱକପ୍ରେ ଭାରତୀୟ ଟିମ୍ରେ ସ୍ଥାନ ପାଇପାରିବେ। ମାତ୍ର ସ୍ପିନର ଭାବରେ ଟିମ୍ରେ ସାମିଲ ହେବାକୁ କିଛି କାମ କରିବାକୁ ପଡ଼ିବ ବୋଲି ହରଭଜନ କହିଛନ୍ତି। ଯାଦୁକାରୀ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ବିଗତ ୧୮ ମାସ ମଧ୍ୟରେ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଭାରତର ଶୀର୍ଷସ୍ତରର ସ୍ପିନର ଭାବରେ ପରିଚୟ କରିଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ରବୀନ୍ଦ୍ର ଜାଦେଜା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ମିଳିବା କଷ୍ଟ ହୋଇପାରେ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳାରେ ରବୀନ୍ଦ୍ର ଜାଦେଜାଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳି ନଥିଲା ହରଭଜନ ଏକ ସାକ୍ଷାତକାରରେ କହିଛନ୍ତି, ଆପଣଙ୍କୁ ମନେ ଥିବ, ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ବ୍ରିଟେନରେ ପାଣିପାଗ ଗରମ ଏବଂ ଗୁଳୁଗୁଳି ଥିଲା। ଏଥି ପାଇଁ ଏଥର ମଧ୍ୟ ପାଣିପାଗ ଏଭଳି ହେଲେ ଜାଦେଜାଙ୍କୁ ଏକ ପ୍ୟାକେଜ ଭାବରେ ନିଆଯାଇ ପାରିବ। ଯଦି ବିପକ୍ଷୀ ଟିମ୍ରେ ୫ରୁ ୬ ଡାହାଣ ହାତୀ ବ୍ୟାଟସ୍ମ୍ୟାନ ନେଇ ଖେଳନ୍ତି, ତା’ହେଲେ ଜାଦେଜାଙ୍କୁ ଭାରତୀୟ ଟିମ୍ରେ ରଖାଯାଇ ପାରିବ। କାରଣ ଜାଦେଜା ୬ଷ୍ଠ କ୍ରମରେ ବୋଲିଂ କରିପାରିବେ। ହାର୍ଦ୍ଦିକ ପାଣ୍ଡ୍ୟା ୭ମ କ୍ରମରେ ବୋଲିଂ କରିପାରିବେ।