ସିଏସ୍‌କେ ସହ ଯିବେନି ଭଜି

ଚେନ୍ନାଇ: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଥିବା ଆଇପିଏଲ୍‌-୧୩ ପାଇଁ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସକେ) ଦଳ ଶୁକ୍ରବାର ୟୁଏଇ ଯାତ୍ରା କରିବ। ‌ତେବେ ବ୍ୟକ୍ତିଗତ କାରଣରୁ ଅଭିଜ୍ଞ ଅଫସ୍ପିନର୍‌ ହରଭଜନ ସିଂହ ଦଳ ସହ ଯାତ୍ରା କରିପାରିବେ ନାହିଁ। ଚେନ୍ନାଇରେ ଚାଲିଥିବା ୫ ଦିନିଆ ଶିବିରରେ ରବୀନ୍ଦ୍ର ଜାଦେଜା ସାମିଲ ‌ହୋଇପାରିନଥିଲେ ମଧ୍ୟ ଶୁକ୍ରବାର ବିମାନଯାତ୍ରା ପୂର୍ବରୁ ଯୋଗଦେବେ। ହେଲେ ୪୦ ବର୍ଷୀୟ ଭଜିଙ୍କୁ ମିଶାଇ ୬ ଜଣ ସିଏସ୍‌କେ ଖେଳାଳି ଦଳ ସହ ପ୍ରଥମରୁ ସାମିଲ ହେଉନାହାନ୍ତି। ଫାପ୍ ଡୁ ପ୍ଲେସିସ୍‌, ଲୁଙ୍ଗି ଏନ୍‌ଗିଡି ସେପ୍ଟେମ୍ବର ପ୍ରାରମ୍ଭରେ ଯୋଗଦେବ‌େ। ଇମ୍ରାନ୍ ତାହିର, ମିଚେଲ୍ ସାଣ୍ଟନର୍‌ ଏବଂ ଡ୍ବାନ୍ ବ୍ରାଭୋ ସିପିଏଲ୍‌ ଖେଳିବା ପରେ ୟୁଏଇ ଯିବେ।

ସମ୍ବନ୍ଧିତ ଖବର