ବିଶାଖାପାଟଣା: ଶୁକ୍ରବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ କ୍ବାଲିଫାୟର-୨ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସର ସ୍ପିନ୍ ବୋଲର ହରଭଜନ ସିଂହ ୪-୦-୩୧-୨ର ବୋଲିଂ ଚିତ୍ର ପାଇଥିଲେ। ସେ ଶିଖର ଧାୱନ୍ (୧୮) ଓ ସେର୍ଫେନ୍ ରଦରଫୋର୍ଡ (୧୦)ଙ୍କୁ ଶିକାର କରିଥିଲେ। ଏଥି ସହିତ ଏହି ମ୍ୟାଚ୍ ପୂର୍ବରୁ ୧୪୮ ୱିକେଟ୍ ନିଜ ନାମରେ ରଖିଥିବା ହରଭଜନ ମଧ୍ୟ ଆଇପିଏଲ୍ରେ ୧୫୦ ୱିକେଟ୍ ଦଖଲକାରୀ ବୋଲରଙ୍କ କ୍ଲବ୍ରେ ଯୋଡ଼ି ହୋଇଯାଇଥିଲେ। ସେ ତୃତୀୟ ଭାରତୀୟ ଭାବେ ଆଇପିଏଲ୍ ଇତିହାସରେ ୧୫୦ ୱିକେଟ୍ ପୂରଣ କରିଥିଲେ। ତାଙ୍କ ପୂର୍ବରୁ ଆଇପିଏଲ୍ରେ ଭାରତୀୟ ବୋଲରଙ୍କ ମଧ୍ୟରେ ୧୫୦ ୱିକେଟ୍ ଦଖଲ କରିଥିବା କ୍ଲବ୍ରେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନର ଅମିତ୍ ମିଶ୍ରା (୧୫୬, ୧୪୭ ମ୍ୟାଚ୍) ଏବଂ କୋଲ୍କାତା ନାଇଟ୍ ରାଇଡର୍ସ ସ୍ପିନର ପୀୟୂଷ ଚାୱଲା (୧୫୦, ୧୫୭ ମ୍ୟାଚ୍) ରହିଥିଲେ। ତେବେ ଆଇପିଏଲ୍ରେ ସର୍ବାଧିକ ୱିକେଟ୍ ଦଖଲ କରିବାର କୀର୍ତିମାନ ମୁମ୍ବାଇ ଇଣ୍ଡିଆନ୍ସର ସିଂହଳୀ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା (୧୬୯ ୱିକେଟ୍, ୧୨୧ ମ୍ୟାଚ୍)ଙ୍କ ନାମରେ ରହିଛି।
୧୫୦ ୱିକେଟ୍ କ୍ଲବ୍ରେ ହରଭଜନ
/sambad/media/post_attachments/wp-content/uploads/2019/05/Untitled-10-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)