ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ବୁମ୍ରା ପୋଷ୍ଟ କରିଥିବା ତାଙ୍କ ସଦ୍ୟ ଫଟୋକୁ ନେଇ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ମଜାଦାର ଟ୍ବିଟ୍ କରିଛନ୍ତି। ଏହି ଫଟୋରେ ବୁମ୍ରାଙ୍କ ଲୁକ୍ ପୂର୍ବତନ ବଲିଉଡ୍ ତାରକା ଦେବାନନ୍ଦଙ୍କ ସହ ସାମଞ୍ଜସ୍ୟ ବୋଲି ଭଜି ମନ୍ତବ୍ୟ ଦେଇଛନ୍ତି। ବୁମ୍ରା ପୋଷ୍ଟ କରିଥିବା ଫଟୋରେ ‘‘ପ୍ଲେଇଂ ଇଟ୍ କୁଲ୍’’ ବୋଲି ଲେଖିଥିଲେ। ଏହାକୁ ଦେଖି ଯୁବରାଜ ସିଂହ, ହରଭଜନ ଓ ଅକ୍ଷର ପଟେଲ ଉତ୍ତର ରଖିଥିଲେ। ଯୁବି ଓ ଅକ୍ଷର ସକାରାତ୍ମକ ମନ୍ତବ୍ୟ ଦେଇଥିଲା ବେଳେ ଭଜି କିନ୍ତୁ ତାଙ୍କୁ ଦେବାନନ୍ଦଙ୍କ ସହ ତୁଳନା କରିଥିଲେ। ତେବେ ଭଜିଙ୍କ ଏହି ମନ୍ତବ୍ୟ ଉପରେ ବୁମ୍ରା କେବଳ ହସହସ ଭାବନାରେ ଜବାବ ଦେଇଛନ୍ତି।
ବୁମ୍ରାଙ୍କୁ ଦେବାନନ୍ଦଙ୍କ ସହ ତୁଳନା କଲେ ଭଜି
/sambad/media/post_attachments/wp-content/uploads/2019/11/bumrah.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)