ନୂଆଦିଲ୍ଲୀ: ନିକଟରେ କ୍ରିକେଟର୍ ହରବଜନ ସିଂ କରିଥିବା ଟ୍ବିଟର୍ ପୋଷ୍ଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି। ସେ ଏକ ମଜାଦାର ପୋଷ୍ଟ୍ କରି ଲେଖିଛନ୍ତି, ‘ଫୋନ୍ ରଖିବା ପାଇଁ ସ୍ଥାନ ଥିବା ଆଧୁନିକ ଥାଳି’। ତାଙ୍କ ପୋଷ୍ଟ୍ରେ ଦେଖିବାକୁ ମିଳିଛି ଏକ ଖାଦ୍ୟ ଟ୍ରେରେ ଭାତ, ଡାଲି, ତରକାରୀ ଆଦି ବ୍ୟତୀତ ମୋବାଇଲ୍ ରଖିବା ପାଇଁ ମଧ୍ୟ ସ୍ଥାନ ରହିଛି। ହରବଜନ ତାଙ୍କ ନୂତନ ପୋଷ୍ଟରେ ଏକ ମୋବାଇଲ୍ ଫୋନ୍ ପାଇଁ ପ୍ଲେଟରେ ସଂରକ୍ଷିତ ସ୍ଥାନ ସହିତ ଏକ ‘ଆଧୁନିକ ଥାଳି’ ର ଚିତ୍ର ସେୟାର କରିଛନ୍ତି।
ସୋସିଆଲ୍ ମିଡିଆରେ ସେୟାର୍ ହୋଇଥିବା ହରଭଜନ ସିଂଙ୍କ ଏହି ପୋଷ୍ଟକୁ ଅନେକ ଲୋକ ଲାଇକ୍ କରିଛନ୍ତି। ପୋଷ୍ଟ୍ଟିକୁ ଏବେ ସୁଦ୍ଧା ୧୪ ହଜାରରୁ ଊର୍ଧ୍ବ ଲାଇକ୍ ମିଳି ସାରିଥିବା ବେଳେ ୮୦୦ରୁ ଊର୍ଧ୍ବ ରି-ଟ୍ବିଟ୍ ହୋଇଛି।
Modern thali with space for phone 📱 orders urs 😂😂😂😂 pic.twitter.com/jRfW7REH9M
— Harbhajan Turbanator (@harbhajan_singh) September 10, 2020
ବହୁ ସୋସିଆଲ୍ ମିଡିଆ ବ୍ୟବହାରକାରୀ ହରବଜନଙ୍କ ଏହି ପୋଷ୍ଟ୍ରେ ମଜା ମଜା କମେଣ୍ଟ୍ ସବୁ ଲେଖିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ବର୍ତ୍ତମାନର ଦୁନିଆର ପ୍ରକୃତ ସମସ୍ୟା ପାଇଁ ଏହା ହେଉଛି ସର୍ବୋତ୍ତମ ଅଭିନବ ସମାଧାନ। ଅନ୍ୟ ଏକ ମନ୍ତବ୍ୟରେ କୁହାଯାଇଛି ଯେ ନୂଆ ପିଢ଼ି ପାଇଁ ଡିଜିଟାଲାଇଜେସନ୍ ର ସଠିକ୍ ବ୍ୟବହାର।