କ୍ରୀଡ଼ାଗ୍ରାମରେ କଠୋର ଜୀବନ, ଦୈନିକ ‌କୋଭିଡ୍ ପରୀକ୍ଷା ଓ ସଂକୀର୍ଣ୍ଣ କୋଠରୀ

ଟୋକିଓ: ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ାଗ୍ରାମରେ ଖେଳାଳି ଏଥର କଠୋର ଜୀବନ ବିତାଇବାକୁ ବାଧ୍ୟ ହେବେ। କ୍ରୀଡ଼ାଗ୍ରାମରେ ଖେଳାଳିଙ୍କ ରହିବା ଅବଧି ମଧ୍ୟ ପୂର୍ବାପେକ୍ଷା ଢେର କମିଯିବ। ଖେଳାଳିମାନେ ନିଜ ପ୍ରତିଯୋଗିତାର ମାତ୍ର ୫ ଦିନ ପୂର୍ବରୁ କ୍ରୀଡ଼ାଗ୍ରାମରେ ପହଞ୍ଚିବେ। ସେହିଭଳି ନିଜ ଇଭେଣ୍ଟ ସରିବାର ୪୮ ଘଣ୍ଟା ଭିତରେ କ୍ରୀଡ଼ାଗ୍ରାମ ଛାଡ଼ିବେ। ଏଠାରେ ୧୮୦୦୦ ଖେଳାଳି ରହିବାର ବ୍ୟବସ୍ଥା କରାଯାଇଛି। ଖେଳାଳିମାନଙ୍କୁ ଭୋର ୪ଟାରେ ଉଠିବାକୁ ହେବ। ଟୋକିଓରେ ସ୍ଥାନାଭାବ ପାଇଁ ଖେଳାଳିଙ୍କୁ ମାତ୍ର ୧୦୦ ବର୍ଗ ଫୁଟର ଜଣିକିଆ ଓ ୧୩୩ ବର୍ଗ ଫୁଟର ଦୁଇ ଜଣିଆ କୋଠରୀ ମିଳିବ। ଏଠାରେ ସମସ୍ତଙ୍କର ଦୈନିକ କୋଭିଡ୍ ପରୀକ୍ଷା କରାଯିବ। କ୍ରୀଡ଼ାଗ୍ରାମରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। କ୍ରୀଡ଼ାଗ୍ରାମ ବାହାରକୁ ଯିବା ଏବଂ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ଉପରେ କଟକଣା ରହିବ।

ସମ୍ବନ୍ଧିତ ଖବର