ନୂଆଦିଲ୍ଲୀ: ନିକଟରେ କରଣ ଜୋହରଙ୍କ ଟକ୍ ସୋ’ ‘କଫି ଉଇଥ୍ କରଣ’ରେ ବିବାଦୀୟ ମନ୍ତବ୍ୟ ଦେଇ ଛନ୍ଦି ହୋଇ ପଡ଼ିଥିବା କ୍ରିକେଟ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍ ରାହୁଲଙ୍କୁ ବିସିସିଆଇର କମିଟି ଅଫ୍ ଆଡ୍ମିନ୍ଷ୍ଟ୍ରେସନ(ସିଓଏ) ପକ୍ଷରୁ ବୁଧବାର ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ମହିଳାମାନଙ୍କୁ ଅସମ୍ମାନିତ କରି ଦେଇଥିବା ମନ୍ତବ୍ୟ ସଂପର୍କରେ ୨୪ ଘଣ୍ଟା ମଧ୍ୟରେ କୈଫିୟତ ଦେବା ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇଣ୍ଡିଆ (ବିସିସିଆଇ)ର ସିଓଏ ନୋଟିସ୍ ଜାରି କରିଛନ୍ତି।
.@hardikpandya7 gets Caught Out, courtesy @karanjohar! #KoffeeWithKaran#KoffeeWithHardik#KoffeeWithKLRahul#KoffeeWithCricketerspic.twitter.com/k8q9n4pOuz
— Star World (@StarWorldIndia) 6 January 2019
ନିକଟରେ ପାଣ୍ଡ୍ୟା ସୋ’ରେ ଦେଇଥିବା ମନ୍ତବ୍ୟ ପାଇଁ ଟୁଇଟର୍ରେ କ୍ଷମା ମାଗି ସାରିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି କି ‘କଫି ଉଇଥ୍ କରଣ’ରେ ମୁଁ ଦେଇଥିବା ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି ତେବେ ମୁଁ ସେଥିପାଇଁ କ୍ଷମା ମାଗୁଛି। ସୋ’କୁ ଦୃଷ୍ଟିରେ ରଖି ମୁଁ ଏପରି କିଛି କହି ଦେଇଛି। ମାତ୍ର କାହାକୁ ବି ଅସମ୍ମାନ କରିବା ମୋର ଉଦ୍ଦେଶ୍ୟ ନୁହେଁ।’
ହାର୍ଦ୍ଦିକ ଟୁଇଟ୍ରେ କ୍ଷମା ମାଗିବା ସେ ଦେଇଥିବା ମନ୍ତବ୍ୟ ହିସାବରେ ଯଥେଷ୍ଟ ନୁହେଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଜଣେ ଅନ୍ତର୍ଜାତୀୟ ଖେଳାଳି ହିସାବରେ ତାଙ୍କ ମୁହଁରୁ ଏପରି ଅଶୋଭନୀୟ କଥା ଗ୍ରହଣୀୟ ନୁହେଁ।
— hardik pandya (@hardikpandya7) 9 January 2019
ଉଲ୍ଲେଖଯୋଗ୍ୟ, ‘କଫି ଉଇଥ୍ କରଣ’ରେ ହାର୍ଦ୍ଦିକ ପାଣ୍ଡ୍ୟ ଓ କେଏଲ୍ ରାହୁଲ ସାଥୀ ହୋଇ ଅତିଥି ଭାବେ ଯାଇଥିଲେ। ସେଠାରେ କରଣ ପଚାରିଥିବା ଏକ ପ୍ରଶ୍ନର ଏକଦମ ବେଢଙ୍ଗ ଭାବେ ଉତ୍ତର ରଖିଥିଲେ ପାଣ୍ଡ୍ୟା। ତାଙ୍କ ଉତ୍ତରର ସାରାଂଶ ଥିଲା ତାଙ୍କ ପରିବାର ଲୋକ ଖୁବ୍ ଖୋଲା ମିଜାଜ୍ର ହୋଇଥିବା ହେତୁ କେଉଁ ବି ଝିଅ ସହ ଶାରୀରିକ ସଂପର୍କ ରଖିବା ପାଇଁ କୌଣସି ବାରଣ ନ ଥାଏ। ଏପରିକି ତାଙ୍କ ବାପାମାଆ କେଉଁ ଝିଅଟି ତୋ’ର ବୋଲି ପ୍ରଶ୍ନ ପଚାରିବା ପରେ ହାର୍ଦ୍ଦିକ ଏକା ଥରରେ ୪-୫ ଜଣ ଝିଅଙ୍କ ଆଡ଼େ ନିଜ ଇଶାରା ଦେଇଥାନ୍ତି।