ରବିବାର କଳିଙ୍ଗ ହକି ଷ୍ଟାଡିୟମର ଭାରତ-ବେଲଜିୟମ୍ ମ୍ୟାଚକୁ ଢ଼େର ଉପଭୋଗ କରିଥିଲେ ଭାରତୀୟ ଦଳର ଦୁଇ ତାରକା ଖେଳାଳି ମନଦୀପ ସିଂହ ଏବଂ ହାର୍ଦିକ ସିଂହଙ୍କ ପରିବାର। ପଶ୍ଚିମ ଗ୍ୟାଲେରିରେ ଏକତ୍ର ବସିଥିବା ଏହି ପରିବାର ବେଶ ଖୁସି ଏବଂ ଉଲ୍ଲସିତ ଥିଲେ। ନିଜ ପୁଅ ବିଶ୍ବକପ୍ ଖେଳୁଥିବା ମୁହୂର୍ତକୁ ସ୍ବାଭାବିକ ଭାବେ ଗର୍ବର ସହ ଅନୁଭବ କରୁଥିଲେ। ମନଦୀପଙ୍କ ପିତାମାତା ହର୍ମିନ୍ଦର ସିଂହ କହିଥିଲେ ପୁଅର ପ୍ରତିଟି ମ୍ୟାଚ୍କୁ ମୁଁ ଢ଼େର ଉପଭୋଗ କରିଥାଏ। ଓଡ଼ିଶାରେ ହେଉଥିବା ବିଶ୍ବକପ୍ ଆମକୁ ଜଳନ୍ଧରରୁ ଭୁବନେଶ୍ବର ଟାଣି ଆଣିଛି। ଅନ୍ୟପକ୍ଷରେ ମାତ୍ର ୧୯ ବର୍ଷ ବୟସରେ ବିଶ୍ବକପ୍ ଖେଳିବାକୁ ସେ ନିଜେ ବିଶ୍ବାସ କରିପାରୁନାହାନ୍ତି ବୋଲି 'ସମ୍ବାଦ' ସହିତ କଥା ହେବାବେଳେ କହିଥିଲେ ହାର୍ଦିକଙ୍କ ପିତା ବରେନ୍ଦରପ୍ରୀତ୍ ସିଂହ। ସମ୍ପର୍କୀୟ ମାମୁଁ ଯୁଗରାଜ ସିଂହଙ୍କ ଅଧୀନରେ ବଢ଼ିଥିଲେ ବି ହାର୍ଦିକ ଜଣେ ଉଚ୍ଚ ଅଭିଳାସୀ ଖେଳାଳି। ଅଲିମ୍ପିକ୍ସ ଖେଳିବାର ସ୍ବପ୍ନ ଦେଖୁଥିଲା। କିନ୍ତୁ ଗତ ୨୦୧୬ କନିଷ୍ଠ ବିଶ୍ବକପ୍ ଏବଂ ଗତ ମାସରେ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ କରି ଚୟନକର୍ତାଙ୍କୁ ପ୍ରଭାବିତ କରିପାରିଥିଲା। ଭୁବନେଶ୍ବରରେ ପୁଅର ଖେଳ ଦେଖି ମୁଁ ବହୁ ଆନନ୍ଦିତ। ନିଜ ବୃତ୍ତିଗତ କାରଣରୁ ମୁଁ ପଞ୍ଜାବ ଫେରିଯିବି ବୋଲି କହିଥିଲେ ବରେନ୍ଦରପ୍ରୀତ୍। ୨୦୧୩ ମସିହାରେ ବଲ୍ ବୟ ଥିବା ହାର୍ଦିକ ଇତିମଧ୍ୟରେ ଭାରତୀୟ ଦଳର ବିଶ୍ବକପ୍ ତାରକା ବନିଛନ୍ତି। ରବିବାର ହାର୍ଦିକଙ୍କ ପିତା ବରେନ୍ଦରପ୍ରୀତଙ୍କ ସହିତ ପତ୍ନୀ କମଲଜିତ୍ ଏବଂ ୧୩ ବର୍ଷୀୟ ସାନପୁଅ ମନମୀତ, ମଉସା, ମାଉସୀ ଏବଂ ଦାଦା ମଧ୍ୟ କଳିଙ୍ଗ ଷ୍ଟାଡିୟମରୁ ହାର୍ଦିକର ଖେଳ ଦେଖି ପ୍ରୀତ ମନରେ ଫେରିଥିଲେ।
କଳିଙ୍ଗ କୁରମା, ମ୍ୟାଚ୍ ଦେଖିଲେ ହାର୍ଦିକ ଓ ମନଦୀପ୍ ପରିବାର
/sambad/media/post_attachments/wp-content/uploads/2018/12/Untitled-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)