ନୂଆଦିଲ୍ଲୀ: ଆଇପିଏଲ୍ ହେଉ ନ ହେଉ ଯଦି ବର୍ଷ ଶେଷ ଆଡକୁ ଆଇସିସି ଟି-୨୦ ବିଶ୍ବକପ୍ ହେଲା ତେବେ ମୁଁ ଲେଖିକି ଦେଇଦେବି ସେ ଅଲରାଉଣ୍ଡର୍ ଜଣଙ୍କ ନିଶ୍ଚିତ ଭାରତୀୟ ଦଳରେ ରହିବେ। ଏଭଳି ବାଜି ଲଗାଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଫସ୍ପିନର୍ ହରଭଜନ ସିଂହ। ଭାରତୀୟ ଚୟନକର୍ତାମାନେ ଆଇପିଏଲ୍ ପ୍ରଦର୍ଶନ ଆଧାରରେ ବିଶ୍ବକପ୍ ଦଳ ବାଛିବା ସମ୍ଭାବନା ଥିଲେ ମଧ୍ୟ ଏହି ଟି-୨୦ ଲିଗ୍ ବାତିଲ ହୋଇଯାଇଛି। ଧୋନିଙ୍କ ଫର୍ମ ସହିତ ଭୁବନେଶ୍ବର କୁମାର, ଶିଖର ଧାୱନ, ହାର୍ଦିକ ପାଣ୍ଡ୍ୟା ଏବଂ ଦୀପକ ଚହରଙ୍କ ଫିଟନେସ୍ ଉପରେ ନିଶ୍ଚିତ ନଜର ରହିବ। ମୁଁ କିନ୍ତୁ ଲେଖି ଦେବି ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ନିଶ୍ଚିତ ପ୍ରଥମ ପସନ୍ଦର ଖେଳାଳି ରହିବେ। ଗତବର୍ଷର ବିଶ୍ବକପ୍ ପରଠାରୁ ହାର୍ଦିକ ପାଣ୍ଡ୍ୟା ଭାରତୀୟ ଦଳରୁ ଖେଳିନାହାନ୍ତି। କିନ୍ତୁ ତାଙ୍କ ଉପସ୍ଥିତି ଭାରତୀୟ ଦଳରେ ସନ୍ତୁଳନ ଆଣିବ ବୋଲି ହରଭଜନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତାଙ୍କ ଆଇପିଏଲ୍ ପ୍ରଦର୍ଶନ କିଛି ପ୍ରଭାବ ପକାଇନଥାନ୍ତା ବୋଲି ଭଜି କହିଛନ୍ତି।
ଲେଖି ଦେବି ସେ ଭାରତୀୟ ଦଳରେ ରହିବେ: ଭଜି
/sambad/media/post_attachments/wp-content/uploads/2018/01/harbhajan-singh-1-620x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)