ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୯୦ ରନ୍ କରିବା ଅବସରରେ ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍ ଭାଙ୍ଗିଯାଇଥିଲା। ଏବେ ସେହି ବ୍ୟାଟ୍‌କୁ ଠିକ୍‌ କରିବା ସହ ଝୁରୁଛନ୍ତି ପାଣ୍ଡ୍ୟା। ମୁଁ ଏହି ବ୍ୟାଟ୍‌ରେ ଗତ ୩ ବର୍ଷ ହେବ ଖେଳୁଥିଲି, ଏବେ କେଉଁ ବ୍ୟାଟ୍‌ରେ ଖେଳିବି ବୋଲି ପରୀକ୍ଷାନିରୀକ୍ଷା ଚଳାଇଛି ବୋଲି ପାଣ୍ଡ୍ୟା କହିଛନ୍ତି। ରବିବାର ଭାରତକୁ ଶେଷ ଓଭରରୁ ୧୪ ରନ୍ ଆବଶ୍ୟକ ଥିବାବେଳେ ସେ ଡାନିଏଲ୍ ସାମ୍ସଙ୍କୁ ୨ ଛକା ମାରି ୨ ବଲ୍ ପୂର୍ବରୁ ମ୍ୟାଚ୍‌ ଶେଷ କରିଥିଲେ। ଏହା ପରେ ସେ କହିଥିଲେ ମ୍ୟାଚ୍‌କୁ ଶେଷ ବଲ୍‌କୁ ନେବାକୁ ସେ କେବେ ଚାହାନ୍ତି ନାହିଁ। ଶେଷ ବଲ୍‌ରେ ବ୍ୟାଟ୍‌କୁ ସଂଯୋଗ କରି ନ ପାରି କିଛି ମ୍ୟାଚ୍‌ ହାରିଥିବାରୁ ମୁଁ ଦୁଇଟି ବଡ଼ ହିଟ୍‌ କରିବା ସପକ୍ଷରେ ଥିଲି। ଏହାର ସଫଳ କାର୍ଯ୍ୟକାରୀ ହୋଇଥିବାରୁ ମୁଁ ଖୁସୀ। ୩ ବଲ୍‌ରୁ ୬ ରନ୍‌ ସଂଗ୍ରହ କରିବା ବେଳେ ବି ମ୍ୟାଚ୍‌ ଶେଷକୁ ଚାଲିଯାଏ। ତେଣୁ ମୁଁ ମ୍ୟାଚ୍‌କୁ ଆଗୁଆ ଶେଷ କରିବା ସପକ୍ଷରେ ଥାଏ’ ବୋଲି ହାର୍ଦିକ ରବିବାର ମ୍ୟାଚ୍‌ ପରେ କହିଥିଲେ।