ମୁମ୍ବାଇ: ଆଇପିଏଲ୍ରେ ଅଧିନାୟକତ୍ବ କରିବା ପରଠାରୁ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ଗୁଜରାଟ ଟାଇଟନ୍ସ ଭଲ ଖେଳିଆସୁଛି। ବ୍ୟକ୍ତିଗତ ଭାବେ ମଧ୍ୟ ହାର୍ଦିକ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଏହି କାରଣରୁ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର କହିଛନ୍ତି ହାର୍ଦିକଙ୍କ ପାଖରେ ଏବେ ବିଚାରବନ୍ତ ଟୋପି ରହିଛି। ହାର୍ଦିକ ଶୃଙ୍ଖଳିତ ଭାବେ ବ୍ୟାଟିଂ କରୁଛନ୍ତି ଏବଂ ପଡ଼ିଆ କଟକଣାରୁ ସମ୍ପୂର୍ଣ୍ଣ ଫାଇଦା ଉଠାଉଛନ୍ତି। ଅନେକ ଥର ଦାୟିତ୍ବପୂର୍ଣ୍ଣ ପାଳି ଖେଳି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି। ଆହତ କାରଣରୁ ଆଇପିଏଲ୍ ପୂର୍ବରୁ ସେ ଯଥେଷ୍ଟ କ୍ରିକେଟ୍ ଖେଳିନଥିଲେ। ସେହି ଦୃଷ୍ଟିରୁ ଅଧିନାୟକତ୍ବ କରିବା ପରଠାରୁ ତାଙ୍କ ପାଖରେ ବିଚାର କରିବାର ଦାୟିତ୍ବ ବଢ଼ିଯାଇଛି। ପଡ଼ିଆ ଭିତରେ ସେ ଭଲ ଖେଳୁଛନ୍ତି। ଅନ୍ୟତମ ପୂର୍ବତନ ଭାରତୀୟ କ୍ରିକେଟର୍ ଆକାଶ ଚୋପ୍ରା ମଧ୍ୟ ହାର୍ଦିକଙ୍କ ପ୍ରଶଂସା କରିଛନ୍ତି। ହାର୍ଦିକ ଏବେ ମହେନ୍ଦ୍ର ସିଂହ ଧୋନିଙ୍କୁ ତାଙ୍କ ମାର୍ଗଦର୍ଶକ ଭାବେ ଦେଖି ଖେଳୁଛନ୍ତି। ମାହିଙ୍କର ସେ ମଧ୍ୟ ଅତି ନିକଟତର। ତାଙ୍କଠାରୁ ସେ ନିଶ୍ଚିତ ଅନେକ କିଛି ଶିଖିଛନ୍ତି। ମହାନ ଖେଳାଳିଙ୍କ ସଂସ୍ପର୍ଶରେ ଆସିଲେ ଆପଣଙ୍କ ଜୀବନ ଶାଣିତ ହୋଇଯାଇଥାଏ ବୋଲି କହିଥିଲେ ଚୋପ୍ରା। ପୂର୍ବତନ ଦ୍ରୁତ ବୋଲର ଇର୍ଫାନ୍ ପଠାନ କହିଛନ୍ତି, ‘ଆମେ ଏବେ ନୂଆ ହାର୍ଦିକଙ୍କୁ ଦେଖୁଛୁ। ୪ ନମ୍ବର ସ୍ଥାନରେ ଏବେ ସେ ଦାୟିତ୍ବର ସହ ଖେଳୁଛନ୍ତି।
ହାର୍ଦିକଙ୍କ ପାଖରେ ଏବେ ବିଚାରବନ୍ତ ଟୋପି ଅଛି: ଗାଭାସ୍କର
/sambad/media/post_attachments/wp-content/uploads/2018/12/sunil-gavaskar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)