ହଠାତ୍ ନତାଶାଙ୍କ ସହ ହାର୍ଦ୍ଦିକ ସଂପର୍କରେ ବାନ୍ଧି ହେବା ଖବର ପାଇ ଏଭଳି ପ୍ରତିକ୍ରିୟା ରଖିଲେ କୋହଲି

ନୂଆଦିଲ୍ଲୀ:  ନୂଆ ବର୍ଷରେ ନିଜ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଥିଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ନିଜର ବାନ୍ଧବୀ ସର୍ବିଆନ୍ ଅଭିନେତ୍ରୀ ନତାଶା ଷ୍ଟାଙ୍କୋବିକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିବା କଥା ଘୋଷଣା କରିଥିଲେ। ନାତାଶାଙ୍କୁ ହୀରା ମୁଦି ପିନ୍ଧାଇ ସେ ବିବାହର ପ୍ରଥମ ପାହାଚରେ ପାଦ ରଖିଥିବା ବେଳେ ସୋସିଆଲ ମିଡିଆରେ ଦୁହିଁଙ୍କ ଫଟୋ ଦେଖି ନିଜର ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି

ଇନଷ୍ଟା ପୋଷ୍ଟରେ କମେଣ୍ଟ କରି ସେ ଲେଖିଛନ୍ତି, ‘ଶୁଭେଚ୍ଛା ହାର୍ଦ୍ଦିକ । ଏଭଳି କରି ତୁମେ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛ। ଭବିଷ୍ୟତରେ ଖୁସିରେ ରହିବା ପାଇଁ ଅନେକ ଅନେକ ଶୁଭେଚ୍ଛ‌ା ଓ ଶୁଭକାମନା। ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ।’

हार्दिक पंड्या की अचानक सगाई से हैरान हुए कोहली, दिया ये रिएक्शन
aajtak.intoday.in

ସୂଚନା ମୁତାବକ, ଗତକାଲି ହାର୍ଦ୍ଦିକ ନିଜ ଇନଷ୍ଟାରେ ନତାଶାଙ୍କୁ ହୀରା ମୁଦି ପିନ୍ଧାଇବାର କିଛି ଫଟୋ ସେୟାର କରିଥିବା ବେଳେ କ୍ୟାପସନରେ ଲେଖିଥିଲେ, ‘ତୁ ମେରି.. ମେଁ ତେରା.. ଜାନେ ସାରା ହିନ୍ଦୁସ୍ତାନ..’। ବେଶ କିଛି ଦିନ ଧରି ହାର୍ଦ୍ଦିକ ଓ ନତାଶାଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ନୂଆ ବର୍ଷରେ ଦୁହେଁ ନିବର୍ନ୍ଧ କରି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଦୁହେଁ ଦୁବାଇରେ ଛୁଟି କଟାଇବାକୁ ଯାଇଥିବା ବେଳେ, ସେଠାରେ ବେଶ ରୋମାଣ୍ଟିକ ଅନ୍ଦାଜରେ ପ୍ରେମିକା ନତାଶାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ହାର୍ଦ୍ଦିକ। ଏକ ବୋଟରେ ଯାତ୍ରା କରୁଥିବା ବେଳେ ହାର୍ଦ୍ଦିକ ନତାଶାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର