ଅହମଦାବାଦ: ଧୀମା ଓଭର ବୋଲିଂ ଲାଗି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଅହମଦାବାଦରେ ଖେଲାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍କୁ ୩୬ ରନ୍ରେ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ସମୟରେ କମ୍ ଓଭର ବୋଲିଂ କରିଥିବାରୁ ଅଧିନାୟକ ପାଣ୍ଡ୍ୟାଙ୍କୁ ଜରିମାନା ହୋଇଛି।ଏହା ଚଳିତ ଆଇପିଏଲ୍ରେ ମୁମ୍ବାଇର ପ୍ରଥମ ଦୋଷ ହୋଇଥିବାରୁ ହାର୍ଦିକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ସହ ଦଳକୁ ଗୋଟିଏ ଡିମେରିଟ୍ ପଏଣ୍ଟ୍ ମିଳିଛି ବୋଲି ଆଇପିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ସଂସ୍କରଣରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସର ଧୀମା ଓଭର ବୋଲିଂ କରିଥିବାରୁ ହାର୍ଦିକଙ୍କୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ କରାଯାଇଥିଲା। ଫଳରେ ସେ ଚଳିତ ସଂସ୍କରଣର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଖେଳିପାରି ନଥିଲେ। ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳି ପଏଣ୍ଟ ଖାତା ଖୋଲି ନଥିବା ମୁମ୍ବାଇ ପରବର୍ତ୍ତୀ ମ୍ୟାଚ୍ ନିଜ ଘରୋଇ ପଡ଼ିଆ ୱାଙ୍ଖ୍ଡ଼େରେ କୋଲ୍କାତା ନାଇଟ୍ ରାଇଡର୍ସକୁ ଭେଟିବ।