ମୁମ୍ବାଇ: ଅଭିନେତ୍ରୀ-ମଡେଲ ନତାଶା ଷ୍ଟାନକୋଭିକ୍ ଓ ଭାରତର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ନତାଶା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲଗା ହେବାର ଚର୍ଚ୍ଚା ଦୀର୍ଘ ଦିନ ଧରି ଚାଲି ଆସୁଥିଲେ ବି ଏହି ଦମ୍ପତି ଏହା ଉପରେ ନୀରବତା ବଜାୟ ରଖିଛନ୍ତି। ସେମାନଙ୍କ ମଧ୍ୟରୁ କେହି ଆନୁଷ୍ଠାନିକ ଭାବେ ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ରଖିନଥିବା ବେ‌ଳେ ନତାଶା ଓ ହାର୍ଦ୍ଦିକ କରୁଥିବା ପୋଷ୍ଟ ‌‌ଏବେ ପୁଣି କୁହୁଳୁଥିବା ନିଆଁରେ ଘିଅ ଢ଼ାଳିଛି। ଛାଡପତ୍ର ଖବର ମଧ୍ୟରେ ଭାରତ ଟି-୨୦ବିଶ୍ୱକପ ଜିତିବା ପରେ ବି କୌଣସି ପୋଷ୍ଟ ସେୟାର କରିନଥିଲେ ନତାଶା। ଏହା ସହ ହାର୍ଦ୍ଦିକ ମଧ୍ୟ କେବଳ ନିଜ ପୁଅ ସହ ଜିତିବାର ଖୁସି ପାଳନ କରିଥିବା ଦେଖାଯାଇଥିଲା। ଏସବୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

View this post on Instagram

A post shared by Prachi Solanki (@ps_29)

Advertisment

ଏମଧ୍ୟରେ ଜଣେ ଯୁବତୀ ହାର୍ଦ୍ଦିକଙ୍କ ସହ ଫଟୋ ସେୟାର କରିଛନ୍ତି। ଫଟୋରେ ଦୁହେଁ ହସୁଥିବା ବେଳେ ପରସ୍ପରକୁ ଦେଖୁଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଲୋକେ ହାର୍ଦ୍ଦିକଙ୍କୁ ବିବାହ କରିବାକୁ ଉପଦେଶ ଦେବା ଆରମ୍ଭ କରିଛନ୍ତି। ତେବେ ଯୁବତୀଜଣକ କେବଳ ହାର୍ଦ୍ଦିକଙ୍କ ସହ ନୁହେଁ, ତାଙ୍କ ଭାଇ ଓ ଭାଉଜଙ୍କ ସହ ମଧ୍ୟ ଫଟୋ ଉଠାଇଥିବା ଦେଖାଯାଇଛି। ଯୁବତୀଙ୍କ ନାମ ପ୍ରାଚୀ ସୋଲାଙ୍କି ବୋଲି ଜଣାପଡ଼ିଥିବା ବେଳେ ହାର୍ଦ୍ଦିକଙ୍କ ସହ ତାଙ୍କ ସମ୍ପର୍କ କ’ଣ ତାହା ଜଣାପଡ଼ିନାହିଁ।

View this post on Instagram

A post shared by Prachi Solanki (@ps_29)