ମୁମ୍ବାଇ: ସାରା ଜୀବନ ସାଙ୍ଗରେ ରହିବା ଭଳି ଝିଅ ପାଇଗଲି ଭାଇ। ବିବାହ ପୂର୍ବରୁ ବଡ଼ ଭାଇ କୃଣାଲ ପାଣ୍ଡ୍ୟାଙ୍କୁ ଏଭଳି କହିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଆଜି ସେଇ ଝିଅଠାରୁ ଅଲଗା ହେବା ପରେ ପୁରୁଣା କଥା ସବୁ ପୁଣି ସାମ୍ନାକୁ ଆସିଛି। କିଛି ମାସ ତ‌ଳେ ଏକ ସାକ୍ଷାତକାରରେ ହାର୍ଦ୍ଦିକ, ନତାଶାଙ୍କୁ କେଉଁଠି ଭେଟିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ କିଭଳି ଭଲପାଇବା ଆରମ୍ଭ ହୋଇଥିଲା, ତାହା ଜଣାଇଥିଲେ।

Advertisment

କ୍ରିକେଟ କମେଣ୍ଟଟେଟର ହର୍ଷ ଭୋଗଲେଙ୍କୁ ସାକ୍ଷାତକାର ଦେଇ ହାର୍ଦ୍ଦିକ କହିଥିଲେ, "ମୁଁ ନତାଶାଙ୍କୁ ରାତି ୧ଟାରେ ଏକ ପାର୍ଟିରେ ଭେଟିଥିଲି। ସେତେବେଳେ ନତାଶା ମୋ ବିଷୟରେ କିଛି ବି ଜାଣିନଥିଲେ। ହେଲେ ପରେ ସମୟ ସହ ଆମ ସମ୍ପର୍କ ବଢ଼ିଥିଲା ଏବଂ ଆମେ ପରସ୍ପରକୁ ଡେଟ୍ କରିଥିଲୁ। କିଛି ମାସ ପରେ ଆମେ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେବା ସହ ମୁଁ ମୋ ଭାଇକୁ ଫୋନ କରି ସବୁ ଜଣାଇଥିଲି। ସାରା ଜୀବନ ସାଙ୍ଗରେ ରହିବା ଭଳି ଝିଅ ପାଇଗଲି ଭାଇ। ନତାଶାଙ୍କୁ ବିବାହ କରିବାକୁ ଚାହୁଁଛି ବୋଲି ମୁଁ କୃଣାଲଙ୍କୁ ଜଣାଇଥିଲି। ଘରେ କାହାର କୌଣସି ଆପତ୍ତି ନଥିଲା। ଏଥିପାଇଁ ଆମେ ୨୦୨୦ରେ ବିବାହ କରିଥିଲୁ।"

Hardik Pandya-Natasa Stankovic's unseen photos from Hindu wedding look absolutely dreamy – India TV

ତେବେ ଜୁଲାଇ ୧୮ରେ ହାର୍ଦ୍ଦିକ ଛାଡ଼ପତ୍ର ଘୋଷଣା କରିବା ପରେ ତାଙ୍କର ଏହି ପୁରୁଣା ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ସାରା ଜୀବନ ସାଙ୍ଗରେ ରହିବା ଭଳି ଖୋଜିଥିବା ଝିଅ ୪ବର୍ଷରେ ସାଥ୍‌ ଛାଡ଼ିଦେଲା ବୋଲି ଏବେ ଲୋକେ କହିବା ଆରମ୍ଭ କରିଛନ୍ତି।