ମୁମ୍ବାଇ: ଆଇପିଏଲ୍ର ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୯ ତାରିଖରେ ଦୁବାଇରେ କରାଯିବ। ପ୍ରଥମ ଥର ପାଇଁ ଏହା ବିଦେଶରେ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ସମସ୍ତ ୧୦ ଫ୍ରାଞ୍ଚାଇଜ୍ ସେମାନଙ୍କ ଖେଳାଳିଙ୍କ ରଖିବା ଓ ଛାଡ଼ିବା ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଥିଲେ। ରବିବାର ସମସ୍ତଙ୍କ ନଜରରେ ଥିଲେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।
ପ୍ରଥମେ ଗୁଜରାଟ ଟାଇଟନ୍ସ ଜାରି କରିଥିବା ରିଟେନସନ୍ ତାଲିକାରେ ପାଣ୍ଡ୍ୟାଙ୍କ ନାମ ରହିଥିଲା। କିନ୍ତୁ ମୁମ୍ବାଇ ତାଙ୍କୁ ଗୁଜରାଟଠାରୁ କିଣି ନେଇଥିଲା। ଏବେ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା ବଦଳରେ ମୁମ୍ବାଇ, ଗୁଜରାଟକୁ ବିପୁଳ ଟଙ୍କା ଦେବ। ତେବେ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରି ନିଜର ଖୁସି ଜାହିର କରିଛନ୍ତି। ସେ ଏହି ଟିମ ସହିତ ନିଜ ଆଇପିଏଲର ଯାତ୍ରା ଆରମ୍ଭ କରିଥିଲେ। ୨୦୧୫ରେ ପ୍ରଥମ କରି ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ।
This brings back so many wonderful memories. Mumbai. Wankhede. Paltan. Feels good to be back. 💙 #OneFamily @mipaltan pic.twitter.com/o4zTC5EPAC
— hardik pandya (@hardikpandya7) November 27, 2023
ଏବେ ପୁଣି ଥରେ ସେ ନିଜ ପୁରୁଣା ଟିମକୁ ଫେରି ଖୁସିଥିବା କହିଛନ୍ତି। ଏକ୍ସରେ ତାଙ୍କ ଯାତ୍ରାର ଭିଡିଓ ସେୟାର କରି ପାଣ୍ଡ୍ୟା ନିଜର ଖୁସି ବ୍ୟକ୍ତ କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ୨୦୧୫ରେ ପାଣ୍ଡ୍ୟାଙ୍କ ବେସ୍ ପ୍ରାଇସ୍ ମାତ୍ର ୧୦ଲକ୍ଷ ଥିଲା। ହେଲେ ଏବେ ତାଙ୍କ ଲିଗ୍ ମୂଲ୍ୟ ୧୫ କୋଟିରେ ପହଞ୍ଚିଛି। ଅର୍ଥାତ୍ ୧୦ଲକ୍ଷ ଦେଇ ଟିମରେ ସାମିଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବେ ୧୫କୋଟି ଦେଇ ପାଣ୍ଡ୍ୟାଙ୍କୁ ପରିବାରରେ ପୁଣି ସାମିଲ କରିଛି ।