ନୂଆଦିଲ୍ଲୀ: ଏମିତି ଏକ ସମୟ ଥିଲା ଯେଉଁ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ୍ ଗୋଟିଏ ଦଳ ପାଇଁ ଖେଳୁଥିଲେ ଏବଂ ଘନିଷ୍ଠ ବନ୍ଧୁ ଥିଲେ। କିନ୍ତୁ ଏବେ କାହାଣୀ ବଦଳି ଯାଇଛି। 

Advertisment

ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସରେ ପ୍ରବେଶ କରି ଦଳର ନେତୃତ୍ୱ ନେଉଛନ୍ତି। ଗିଲ୍ ଜିଟିର ଦଳରେ ସାମିଲ ଅଛନ୍ତି।  ପାଣ୍ଡ୍ୟାଙ୍କ ପରେ ଫ୍ରାଞ୍ଚାଇଜ୍ ଶୁଭମନ ଗିଲଙ୍କ ଉପରେ ବିଶ୍ୱାସ କରିଛି। ଗିଲଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ଗତ ବର୍ଷ ବହୁତ ଭଲ ନଥିଲା। କିନ୍ତୁ ଚଳିତ ବର୍ଷ ଦଳ ପ୍ଲେଅଫରେ ପହଞ୍ଚିବାରେ ସଫଳ ହୋଇଛି। କିନ୍ତୁ ଏଲିମିନେଟର ମ୍ୟାଚ୍‌ରେ ଦଳ ଏମଆଇର ସାମ୍ନା କରି ପାରିଲା ନାହିଁ। ଫଳସ୍ୱରୂପ ଟୁର୍ଣ୍ଣାମେଣ୍ଟରୁ ଏହାର ଯାତ୍ରା ଶେଷ ହୋଇଗଲା।

ଆଇପିଏଲ ୨୦୨୫ର ଏଲିମିନେଟର ମ୍ୟାଚ୍ ମୁମ୍ବାଇ ଏବଂ ଗୁଜରାଟ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଏମଆଇ ଦଳ ଜିତିଥିଲା। ମ୍ୟାଚ୍ ସମୟରେ କିଛି ଏପରି ମୁହୂର୍ତ୍ତ ନଜର ଆସିଥିଲା ଯେଉଁଥିରେ ପାଣ୍ଡ୍ୟା ଏବଂ ଗିଲ୍‌ଙ୍କ ମଧ୍ୟରେ ବନ୍ଧୁତା ତିକ୍ତ ହୋଇଯାଇଥିବା ନେଇ ଆଲୋଚନା ହେଉଛି।

କାରଣ ଟସ୍ ସମୟରେ ପାଣ୍ଡ୍ୟା ଏବଂ ଗିଲ୍‌ ଉଭୟ ଖେଳାଳିଙ୍କୁ ସ୍ୱାଭାବିକ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଟସ୍ ଜିତିବା ପରେ, ଯେତେବେଳେ ପାଣ୍ଡ୍ୟା ପୁଣି ଥରେ ହାତ ମିଳାଇବା ପାଇଁ ଗିଲ୍‌ଙ୍କ ଆଡ଼କୁ ହାତ ବଢ଼ାଇଲେ, ଗିଲ୍ ତାଙ୍କ ହାତ ପଛକୁ ନେଇ ଯାଇଥିଲେ।

କେବଳ ଏତିକି ନୁହେଁ ଗିଲ୍ ଆଉଟ୍ ହେବା ସମୟରେ ପାଣ୍ଡ୍ୟା ପଡ଼ିଆରେ ଖୁବ ଖୁସି ହୋଇଯାଇଥିଲେ। ଏହି ଦୃଶ୍ୟକୁ ଦେଖି  ସ୍ପଷ୍ଟ ହେଉଛି କି ଦୁଇ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ପୂର୍ବ ଭଳି ନାହିଁ। ସମ୍ପର୍କରେ ତିକ୍ତତା ଦେଖା ଦେଇଛି।